- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
- ବଜେଟ୍ ଗରିବ ବିରୋଧି : କଂଗ୍ରେସ
ସାମ୍ନାକୁ ଆସି ପାଣ୍ଡିଆନ ସ୍ପଷ୍ଟ କରିବା ଦରକାର- ପ୍ରଫୁଲ ମଲ୍ଲିକ
ଭୁବନେଶ୍ୱର, 11 ଏପ୍ରିଲ୍ :- ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକଙ୍କ ବିସ୍ଫୋରକ ବୟାନ । ପାଣ୍ଡିଆନଙ୍କ ବିଷୟରେ ଯେହେତୁ ଅନେକ ଆଲୋଚନା ହେଉଛି ତେଣୁ ପାଣ୍ଡିଆନ ସାମ୍ନାକୁ ଆସି କ୍ଲିଅର କରିଦେବା ଦରକାର ଯେ ମୁଁ ଏଥିରେ ନାହିଁ ମୁଁ ରାଜନୀତିରୁ ସନ୍ୟାସ ନେଇ ଯାଇଛି । ପାଣ୍ଡିଆନ କ୍ଲିଅର କରିଦେଲେ ସବୁ କଥାରେ ଯବନିକା ପଡିଯାଆନ୍ତା । ନବୀନ ପଟ୍ଟନାୟକ ନ କହି ସେ ନିଜେ କହି ଦେଲେ ସବୁ କଥା ସରିଯାଆନ୍ତା । ଯଦି ପାର୍ଟିର ହିତାକାଂକ୍ଷୀ ତେବେ ସେ ସାମ୍ନାକୁ ଆସି କହୁନାହାନ୍ତି କାହିଁକି । କାହିଁକି ସବୁ କ୍ଲିଅର କରୁନାହାନ୍ତି ପାଣ୍ଡିଆନ କାମ କରିଛନ୍ତି ସେଥିରେ ଆମେ ବି ଦୁଇମତ ନୁହେଁ । ସରକାରୀ କର୍ମଚାରୀ ଭାବେ କାମ କରିଛନ୍ତି । ନବୀନଙ୍କ ପ୍ରାଇଭେଟ ସେକ୍ରେଟାରୀ ଥିଲେ ସେଇ ଭାବେ କରିଛନ୍ତି । ତାକୁ ତ ଆମେ ମନା କରୁନୁ । ଦଳ ସହିତ ୟାର କଣ ବିଷୟ ଅଛି । ଦଳରେ ମିଶିବା ପରେ ତ ନିର୍ବାଚନ ହେଇଛି ସେ କଣ ଆଉ କଲେ ଦଳ ପାଇଁ । ତା ପରେ ତ ସେ ଛାଡ଼ିଛନ୍ତି । ଆଗକୁ ମଧ୍ୟ ଆମେ ସିନିୟର ଲିଡ଼ର ମାନେ ବସିବୁ । ପାର୍ଟି ମିଟିଂ ହେଲେ ଆମେ ଶଙ୍ଖ ଭବନରେ ବସିବୁ ଆଉ ଆମର କେତେବେଳେ ମନ ହେଲା ହୋଟେଲରେ ବସିଲୁ କି କାହା ଘରେ ବସିଲୁ ସେଇଟା ଆମକୁ କେହି ମନା କରି ପାରିବେ ନାହିଁ । ଆମ ଅଧିକାର ଉପରେ କିଏ ଆମକୁ ମନା କରିପାରିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଫୁଲ ମଲ୍ଲିକ ।