- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ସାମ୍ନାକୁ ଆସି ପାଣ୍ଡିଆନ ସ୍ପଷ୍ଟ କରିବା ଦରକାର- ପ୍ରଫୁଲ ମଲ୍ଲିକ
ଭୁବନେଶ୍ୱର, 11 ଏପ୍ରିଲ୍ :- ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକଙ୍କ ବିସ୍ଫୋରକ ବୟାନ । ପାଣ୍ଡିଆନଙ୍କ ବିଷୟରେ ଯେହେତୁ ଅନେକ ଆଲୋଚନା ହେଉଛି ତେଣୁ ପାଣ୍ଡିଆନ ସାମ୍ନାକୁ ଆସି କ୍ଲିଅର କରିଦେବା ଦରକାର ଯେ ମୁଁ ଏଥିରେ ନାହିଁ ମୁଁ ରାଜନୀତିରୁ ସନ୍ୟାସ ନେଇ ଯାଇଛି । ପାଣ୍ଡିଆନ କ୍ଲିଅର କରିଦେଲେ ସବୁ କଥାରେ ଯବନିକା ପଡିଯାଆନ୍ତା । ନବୀନ ପଟ୍ଟନାୟକ ନ କହି ସେ ନିଜେ କହି ଦେଲେ ସବୁ କଥା ସରିଯାଆନ୍ତା । ଯଦି ପାର୍ଟିର ହିତାକାଂକ୍ଷୀ ତେବେ ସେ ସାମ୍ନାକୁ ଆସି କହୁନାହାନ୍ତି କାହିଁକି । କାହିଁକି ସବୁ କ୍ଲିଅର କରୁନାହାନ୍ତି ପାଣ୍ଡିଆନ କାମ କରିଛନ୍ତି ସେଥିରେ ଆମେ ବି ଦୁଇମତ ନୁହେଁ । ସରକାରୀ କର୍ମଚାରୀ ଭାବେ କାମ କରିଛନ୍ତି । ନବୀନଙ୍କ ପ୍ରାଇଭେଟ ସେକ୍ରେଟାରୀ ଥିଲେ ସେଇ ଭାବେ କରିଛନ୍ତି । ତାକୁ ତ ଆମେ ମନା କରୁନୁ । ଦଳ ସହିତ ୟାର କଣ ବିଷୟ ଅଛି । ଦଳରେ ମିଶିବା ପରେ ତ ନିର୍ବାଚନ ହେଇଛି ସେ କଣ ଆଉ କଲେ ଦଳ ପାଇଁ । ତା ପରେ ତ ସେ ଛାଡ଼ିଛନ୍ତି । ଆଗକୁ ମଧ୍ୟ ଆମେ ସିନିୟର ଲିଡ଼ର ମାନେ ବସିବୁ । ପାର୍ଟି ମିଟିଂ ହେଲେ ଆମେ ଶଙ୍ଖ ଭବନରେ ବସିବୁ ଆଉ ଆମର କେତେବେଳେ ମନ ହେଲା ହୋଟେଲରେ ବସିଲୁ କି କାହା ଘରେ ବସିଲୁ ସେଇଟା ଆମକୁ କେହି ମନା କରି ପାରିବେ ନାହିଁ । ଆମ ଅଧିକାର ଉପରେ କିଏ ଆମକୁ ମନା କରିପାରିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଫୁଲ ମଲ୍ଲିକ ।