- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ୱର, 19 ଏପ୍ରିଲ୍ - ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ଦାସ ଶୋକବାର୍ତାରେ ପ୍ରକାଶ କରିଛନ୍ତି କି ରତିକାନ୍ତ ବାବୁଙ୍କ ବିୟୋଗ ଗଭୀର ମର୍ମାହତ କରିଛି। ରତିକାନ୍ତ ବାବୁଙ୍କ ସହ ମୋର ଦୀର୍ଘ ଦିନର ସମ୍ପର୍କ ରହିଥିଲା। ସ୍ୱର୍ଗତ ମହାନ୍ତି ବିଭିନ୍ନ ଆଂଚଳିକ ଓ ଜାତୀୟ ଗଣମାଧ୍ୟମର ପ୍ରତିନିଧ ଭାବେ ଦୀର୍ଘ ୪ ଦଶନ୍ଧି ଧରି ନିର୍ଭୀକତା, ସ୍ପଷ୍ଟବାଦୀତା ଓ ନିରପେକ୍ଷତାର ସହ ସାମ୍ବାଦିକତା କରୁଥିଲେ। ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ବିଶେଷ କରି ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମହାନ୍ତି ଅତି ସରଳ ଓ ନିରାଡମ୍ବର ଜୀବନ ଯାପନ କରୁଥିଲେ । ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ପିସିସି ସଭାପତି ।
ସେହିଭଳି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ବାହାରେ ଥିବାରୁ ତାଙ୍କ ପରିବାରବର୍ଗଙ୍କ ସହିତ ଯୋଗାଯୋଗ କରି ଗଭୀର ସମବେଦନା ଜଣାଇଛନ୍ତି । ଏହି ଅବସରରେ ପିସିସି ଗଣମାଧ୍ୟମ ସଂଯୋଜକଦୀପକ କୁମାର ମହାପାତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ପ୍ରତିନିଧି ଭାବେ ଏବଂ ପିସିସି ପକ୍ଷରୁ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମାନସ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ରଜନୀ ମହାନ୍ତି, ରଣଜିତ ପାତ୍ର, ୟାସିର ନୱାଜ, ଉଦିତ ପ୍ରଧାନ ପ୍ରମୁଖ ଗଭୀର ଶୋକପ୍ରକାଶ କରି ସାମ୍ବାଦିକ ଜଗତରେ ଏକ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।