BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଆୟୁସ୍ମାନ ଭାରତକୁ ନେଇ ଲୋକେ ରାସ୍ତା ପାଉନାହାନ୍ତି, ବିଧାୟକ କହିଲେ ମୁଁ ବୁଝିକି କହିବି

FMNEWS.IN 10-01-2025
People are not getting the message regarding Ayushman Bharat, MLA says I will explain it to them

ରାଉରକେଲା, ୧୦ ଜାନୁଆରୀ - ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ଯେତେବେଳେ ଓଡିଶାରେ ଚର୍ଚ୍ଚା ଥିଲା ସେତେବେଳେ ଆୟୁସ୍ମାନ ଭାରତ କଥା ଆସିବା ସହ କେନ୍ଦ୍ର ରାଜ୍ୟକୁ ଦୋଷ ଦେଇ କହୁଥିଲେ ଓଡିଶା ଏହାକୁ ଗ୍ରହଣ ନକରି ଭୁଲ କରୁଛି ଲୋକଙ୍କୁ ଏତେ ବଡ ସାହାଜ୍ୟରୁ ବଂଚିତ କରୁଛି, ହେଲେ ସେହି ଆୟୁସ୍ମାନ ଭାରତ କାର୍ଡକୁ ନେଇ ପ୍ରଚାର ପ୍ରସାର ପରେ ଲୋକେ ଚାରିଆଡେ ବୁଲିଲେ ମଧ୍ୟ ଏନେଇ କିଭଳି ପଜିଂକରଣ କରିବେ ସେ ନେଇ ରାସ୍ତା ପାଉନଥିବା ବେଳେ ରଘୁନାଥ ପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ କହିଛନ୍ତି ଏ ବିଷୟରେ ମୁଁ ବୁଝିକି ପରେ କହିବି । ତେବେ ନିକଟରେ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ଲୋକେ ନାନା ପ୍ରକାର ସମସ୍ୟା ଦେଇ ଗତି କରିବାର କଥା ପଦାକୁ ଆସିବା ପରେ ଲୋକେ ଭାରତ ସରକାରଙ୍କ ଆୟୁସ୍ମାନ ଭାରତ ଆଡକୁ ମୁହାଁଇଛନ୍ତି। ଏହି ପଜିଂକରଣ ଲାଗି ଲୋକେ ଯେମିତି ଅନ୍ୟାନ୍ୟ କାମଲାଗି ଜନସେବା କେନ୍ଦ୍ର ଗୁଡିକୁ ଯାଇ କାମ କରନ୍ତି ସେହିଭଳି ସେଠାକୁ ଯାଇ କହିବାରୁ ସେମାନେ ଏହି ପଜିଂକରଣ ଜାଣନ୍ତି ନାହିଁ ସେମାନେ କରିପାରିବେ ନାହିଁ ବୋଲି ଶୁଣାଇ ଦେଉଛନ୍ତି । ଫଳରେ ଲୋକେ ବାଧ୍ୟ ହୋଇ କୌଣସି ରାସ୍ତା ନପାଇ ଫେରିଆସୁଛନ୍ତି । ଏଭଳି ସ୍ଥିତି ଖାଲି ବସ୍ତି ବାସିନ୍ଦାଙ୍କର ନୁହେଁ ଯେଉଁମାନେ କଂପ୍ୟୁଟର କାମରେ ଅଜଣା ସମସ୍ତଙ୍କର ଏଭଳି ସ୍ଥିତିହୋଇଛି । ସେପଟେ ରାଜ୍ୟ କେନ୍ଦ୍ର ମନ୍ତ୍ରୀ ମାନେ ଏହି ଯୋଜନାକୁ ନେଇ ଭାଷଣ ମାରୁଥିବା ବେଳେ ଲୋକଙ୍କର ଏଭଳି ସ୍ଥିତକୁ ଦେଖିଲେ ଏହି ଯୋଜନା ଏକ ପ୍ରକାର ଲୋକଙ୍କୁ ଉପହାସ କରୁଛି ବୋଲି କୁହାଯାଉଛି।

ଏନେଇ ତଦନ୍ତ କରିବାରୁ ଜଣାପଡିଛି ଯେ, ଜନସେବା କେନ୍ଦ୍ର ଗୁଡିକ ଏ କାମ ଜାଣି ନାହାନ୍ତି ବୋଲି ସିଧା ରାଉରକେଲାରେ ମନା କରିଦେଉଛନ୍ତି, ଆଉ କିଛି କହୁଛନ୍ତି ଏଥିଲାଗି ଆବଶ୍ୟକ ସଫ୍ଟୱାର ଆମ ପାଖରେ ନାହିଁ, ତେଣୁ ସମ୍ଭବ ନୁହେଁ । ଏନେଇ ତହସିଲ ଅଫିସ ର ଆଡିଶନାଲ ତହାସିଲଦାରଙ୍କୁ ପଚରା ଜିବାରୁ ସେ କହିଲେ ଏନେଇ ସରକାର ଜନସେବା କେନ୍ଦ୍ର ବାଲାଙ୍କୁ ୟୁଜର ଆଇଡି ଓ ପାଶୱାର୍ଡ ଦେଲେ ସେମାନେ କାମ କରିପାରିବେ । ତେବେ ସୁନ୍ଦରଗଡରେ ଜନସେବା କେନ୍ଦ୍ରର ମୁଖ୍ୟ ଅଫିସ ହୋଇଥିବାରୁ ସେମାନେ କଣ କହୁଛନ୍ତି ତାହା ଜଣାପଡିନାହିଁ । ତେବେ ଏଭଳି ସ୍ଥିତିରେ କିଛି ଲୋକ ନିଜ ନିଜର ପଜିଂକରଣ କରିସାରିଥିବା ଦେଖାଯାଉଥିବା ବେଳେ ଲୋକଙ୍କ ପାଖକୁ ଅଧିକ ଯାଉଥିବା ଏରିଆରେ ଅଧିକ ବୁଲୁଥିବା ବିଜେପି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ଏନେଇ ପ୍ରଶ୍ନ ହେବାରୁ ସେ କହିଲେ ଏହିଯୋଜନାକୁ ନେଇ ଲୋକେ ଅଧିକ ଖୁସି କିନ୍ତୁ ସୁବିଧା ପାଇପାରିନାହାନ୍ତି ତେବେ ଖୁବ ଶିଘ୍ର ଏହାର ସୁବିଧା ପାଇବେ। ଲୋକେ ଏବେ ଏହି ଯୋଜନାକୁ ନେଇ କଣ କହୁଛନ୍ତି ସମସ୍ୟା କେଉଁଠି ଅଛି ପଚରା ଜିବାରୁ ସେ କହିଲେ ଏନେଇ ଅଧିକ ପରେ ଜଣାଇବେ ସେ ଏୟାରପୋର୍ଟରେ ଅଛନ୍ତି ।

ସରକାରକୁ ଏହା ଭିତରେ ୬ ମାସ ପୁରି ସାରିଛି। ଦଳୀୟ ପଦପଦବୀ ମିଳୁନଥିବାରୁ କର୍ମୀ ମାନେ ଅଫିସ ଆଗରେ ଧାରଣା ଦେଇ ମିଡିଆକୁ ଜଣାଉଛନ୍ତି, ଆଉ କିଏ ଖଣି ବେପାରୀଙ୍କୁ ନାଲିଆଖି ଦେଖାଇ ନିଜ ବେପାର କରିବାରେ ବ୍ୟସ୍ତ, ଆଉ କିଏ ବିଧାୟକଙ୍କ ଠାରୁ ସାଂସଦ ଯାଏ ସମସ୍ତଙ୍କ ପାଖ ଲୋକ କହି ନିିଜ କାମରେ ମସଗୁଲ କିନ୍ତୁ ପ୍ରଧାନ ମନ୍ତ୍ରୀ ଘୋଷଣା କରିଥିବା ଜନହିତକାରୀ ମୁଳକ ଏହି କାମ କିଭଳି ଲୋକଙ୍କ ପାଖରେ ପହଁଚିବ ସେନେଇ ଗାଁ ଠାରୁ ସହର ଯାଏ କାହାର ଚିନ୍ତା ଥିବା ଭଳି ମନେ ହେଉନାହିଁ ବୋଲି କୁହାଯାଉଛି । ସହରରେ ଯଦି ଲୋକେ ଏଭଳି ସମସ୍ୟାରେ ପଡୁଛନ୍ତି ଓ ଖୋଦ ବିଧାୟକ କହୁଛନ୍ତି ମୁଁ ବୁଝିକି କହିବି ତେବେ ଗାଁ ଗୁଡିକରେ ଲୋକଙ୍କର କିଭଳି ସ୍ଥିତିଥିବ ତାହା ଅନୁମାନ କରାଯାଇପାରେ । ସବୁଠୁ ବଡ କଥା ହେଲା ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ ସେମାନେ ଘୋଷଣା କରିବେ ତାକୁ କାମରେ ଲଗାଇ ଲୋକଙ୍କୁ ସୁଫଳ ଦେବେ ଗାଁ ଓ ସହରରେ ଥିବା ନେତା ଓ କର୍ମୀ। କିନ୍ତୁ ବର୍ତମାନ ଯାହା ଦେଖାଯାଉଛି ଏହି ଯୋଜନାକୁ ନେଇ ହୁଏତ ବିରୋଧୀ ଫାଇଦା ନେଇପାରନ୍ତି କିନ୍ତୁ ଭାଜପା ଏଥିରୁ ଫାଇଦା ନେବାଭଳି ମନେହେଉନାହିଁ କିମ୍ବା ନିଜ ଲୋକଙ୍କ ଦ୍ୱାରା ଏହା ସାଧାରଣରେ ପହଁଚିବ ବୋଲି ଦେଶ ଓ ରାଜ୍ୟ ମୁଖିଆ ଯେଉଁ ଆଶା କରିଛନ୍ତି ତାହା ଆଶାରେ ରହିଜିବ ବୋଲି କୁହାଯାଉଛି ।