Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସାହିବାବାଦରୁ ନ୍ୟୁ ଅଶୋକ ନଗର ଖଣ୍ଡ ଯାଏ ନମୋ ଭାରତ ଟ୍ରେନର ଶୁଭାରମ୍ଭ କଲେ ପିଏମ ମୋଦି, ସ୍କୁଲ ପିଲାଙ୍କ ସହ କଲେ ଯାତ୍ରା
FMNEWS.IN
05-01-2025
ଗାଜିଆବାଦ, 5 ଜାନୁଆରି: - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ-ଗାଜିଆବାଦ-ମେରଠ କରିଡରରେ ନମୋ ଭାରତ ଟ୍ରେନର ଚତୁର୍ଥ ସେକ୍ସନ ସାହିବାବାଦରୁ ନ୍ୟୁ ଅଶୋକନଗର ଯାଏ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ସାହିବାବାଦ ଆରଆରଟିଏସ ଷ୍ଟେସନରୁ ନମୋ ଭାରତରେ ସାହିବାବାଦରୁ ନ୍ୟୁ ଅଶୋକନଗର ଷ୍ଟେସନ ଯାଏ ଯାତ୍ରା କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱୟଂ ଟିକେଟ କାଉଂଟରକୁ ଯାଇ ଟିକେଟ କିଣିଥିଲେ ଏବଂ ସ୍କୁଲ ପିଲାଙ୍କ ସହ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ ।ଏହି ସମୟରେ ସେ ପିଲାଙ୍କ ସହ ନମୋ ଭାରତ ଟ୍ରେନକୁ ନେଇ ଆଲୋଚନା ବିକରିଥିଲେ । ଯାତ୍ରା ସମୟରେ ସ୍କୁଲ ପିଲାମାନେ ମୋଦିଙ୍କୁ ଉପହାର ଦେଇଥିଲେ ।ଏହି ସମୟରେ ପିଏମ ମୋଦି ପିଲାଙ୍କୁ ସ୍ନେହ ମଧ୍ୟ ଦେଇଥିଲେ ।