BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

କେଜରିୱାଲଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ , କହିଲେ- ମୁଁ ବି କାଚ ମହଲ ବନାଇପାରିଥାନ୍ତି, କିନ୍ତୁ 4 କୋଟି ଲୋକଙ୍କୁ ଘର ଦେଇ ସେମାନଙ୍କ ସ୍ୱପ୍ନ ପୂରଣ କଲି

FMNEWS.IN 03-01-2025
PM Modi targests Arvind Kjriwal over glass house

ନୂଆଦିଲ୍ଲୀ, 3 ଜାନୁଆରି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଦୁର୍ନୀତିକୁ ନେଇ କଡା ଟାର୍ଗେଟ କରିଛନ୍ତି । ସେ ଆପ୍ ସରକାରକୁ ଆପଦାର ସଂଜ୍ଞା ଦେଇ କହିଛନ୍ତି ଯେ, ଗତ 10 ବର୍ଷରୁ ରାଜଧାନୀ ଆପଦରେ ଘେରି ରହିଛି । ଏହାକୁ ବଦଳାଇବାକୁ ସେ ଦିଲ୍ଲୀବାସୀଙ୍କୁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଅଶୋକ ବିହାରରେ କୁଡିଆରେ ରହୁଥିବା ଲୋକଙ୍କ ପାଇଁ ତିଆରି ହୋଇଥିବା ସ୍ୱାଭିମାନ ଆପାର୍ଟମେଂଟରେ 1675 ଫ୍ଲାଟର ଚାବି ହିତାଧିକାରୀଙ୍କୁ ପ୍ରଦାନ କରିବା ପରେ ରାମଲୀଳା ମୈଦାନରେ ଜନସଭାକୁ ସଂବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ରିମୋଟ ଦବାଇ ଦିଲ୍ଲୀବାସୀଙ୍କୁ 4500 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉପହାର ଦେଇଛନ୍ତି । ଏଥିରେ ଜେଜେ କ୍ଲଷ୍ଟର ବାସୀଙ୍କ ପାଇଁ 1675 ଫ୍ଲାଟ, ସ୍କୁଲ ଓ କଲେଜ ସହିତ ଜଡିତ ପ୍ରୋଜେକ୍ଟ ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶବାସୀ ଭଲ ଭାବେ ଜାଣନ୍ତି ଯେ, ମୋଦି କେବେ ନିଜ ପାଇଁ ଘର ତିଆରି କରେନାହିଁ । ମୁଁ ବି ମୋ ପାଇଁ କାଚମହଲ ବନାଇ ପାରିଥାନ୍ତି କିନ୍ତୁ ଗତ 10 ବର୍ଷରେ ମୁଁ 4 କୋଟିରୁ ଅଧିକ ଲୋକଙ୍କୁ ଘର ଦେଇ ସେମାନଙ୍କ ସ୍ୱପ୍ନ ପୂରଣ କରିଛି । ପ୍ରଧାନମନ୍ତ୍ରୀ କୁଡିଆ ବଦଳରେ ଫ୍ଲାଟ ପାଇଥିବା ଲୋକଙ୍କ ସହ ନିଜ ଆଲୋଚନା କଥା ଉଠାଇ କହିଛନ୍ତି ଯେ, ସ୍ୱାଭିମାନ ଆପାର୍ଟମେଂଟ ଗରିବର ସ୍ୱାଭିମାନକୁ ବଢାଇଛି । କୁଡିଆ ବଦଳରେ ଫ୍ଲାଟ ପାଇଥିବା ଲୋକ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନ ହୋଇଥାନ୍ତୁ, କିନ୍ତୁ ସେମାନେ ସମସ୍ତେ ମୋଦିର ପରିବାର ଅଟନ୍ତି ।