- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ପ୍ରଧାନମନ୍ତ୍ରୀ ସୋମବାର ୭୧ ହଜାର ଯୁବକଯୁବତୀଙ୍କୁ ବିତରଣ କରିବେ ନିଯୁକ୍ତିପତ୍ର

ନୂଆଦିଲ୍ଲୀ, ୨୨ ଡିସେମ୍ବର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତି ନିମନ୍ତେ ୭୧ ହଜାରରୁ ଅଧିକ ନିଯୁକ୍ତିପତ୍ର ବିତରଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବୟାନ୍ ରେ କୁହାଯାଇଛି ଯେ, ରୋଜଗାର ମେଳା ରୋଜଗାର ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବାରେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶୃତିବଦ୍ଧତାକୁ ସମ୍ପୂର୍ଣ୍ଣ କରିବା ଦିଗରେ ଏକ ପଦକ୍ଷେପ । ଏହା ଯୁବବର୍ଗଙ୍କୁ ରାଷ୍ଟ୍ର ନିର୍ମାଣ ଏବଂ ଆତ୍ମ-ସଶକ୍ତିକରଣରେ ସେମାନଙ୍କର ଭାଗିଦାରୀ ନିମନ୍ତେ ସାର୍ଥକ ଅବସର ପ୍ରଦାନ କରିବ । ରୋଜଗାର ମେଳା ଦେଶବ୍ୟାପୀ ୪୫ଟି ସ୍ଥାନରେ ଆୟୋଜନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ନିମନ୍ତେ ଏହି ନିଯୁକ୍ତି କରାଯିବ । ଦେଶବ୍ୟାପୀ ଚୟନ ହୋଇଥିବା କର୍ମଚାରୀ ମାନଙ୍କୁ ଗୃହ ମନ୍ତ୍ରାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ, ଅର୍ଥନୈତିକ ସେବା ବିଭାଗ ସହିତ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ନିଯୁକ୍ତି କରାଯିବ ।