Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜଧାନୀରେ ଶୌଚାଳୟ ଉଦଘାଟନରେ ସାଂସଦକୁ ନଡାକିବାକୁ ନେଇ ଜୋର ଧରିଲା ରାଜନୀତି
FMNEWS.IN
05-01-2025
ଭୁବନେଶ୍ୱର, 5 ଜାନୁଆରି- ଶୌଚାଳୟ ଉଦଘାଟନକୁ ନେଇ ରାଜଧାନୀରେ ଜୋର ଧରିଲା ରାଜନୀତି । ସାଂସଦଙ୍କୁ ନ ଡାକିବା ନେଇ ତାତିଲେ ବିଜେପି କର୍ମୀ । ଉଦଘାଟନ ପରେ ବିଧାୟକଙ୍କ ନାମ ଫଳକରେ ବୋଳିଲେ କାଳୀ । ସୂଚନା ଅନୁସାରେ ଭୁବନେଶ୍ୱର 37 ନମ୍ୱର ୱାର୍ଡ କସ୍ତୁରବା ସ୍କୁଲ ନିକଟରେ ଏକ ଶୌଚାଳୟ ଉଦଘାଟନ କରାଯାଇଛି । ଯେଉଁଥିରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ମୁଖ୍ୟ ଅତିଥି ଭାବେ ଡକାଯାଇଥିଲା । ତେବେ ବିଧାୟକ ଓ ମେୟର ଉପସ୍ଥିତି ଥିବା ବେଳେ ସାଂସଦଙ୍କୁ କାହିଁକି ଡକାଯାଇ ନାହିଁ ବୋଲି ବିରୋଧ କରିଛନ୍ତି ସ୍ଥାନୀୟ ଯୁବକ ।