Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜେପିସିର ବିଚାର ପରେ ୱାନ ନେସନ ୱାନ ଇଲେକ୍ସନ ଉପରେ ନିଆଯିବ ନିଷ୍ପତି- ପ୍ରସନ୍ନ ଆଚାର୍ଯ୍ୟ
FMNEWS.IN
21-12-2024
ଭୁବନେଶ୍ୱର, 21 ଡିସେମ୍ବର - ୱାନ ନେସନ ୱାନ ଇଲେକ୍ସନ ଉପରେ ଯୁଗ୍ମ ସଂସଦୀୟ କମିଟି ବିଚାର କରିବେ । ତାପରେ ସାଂସଦ ଯାହା ନିଷ୍ପତି ନେବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । କିନ୍ତୁ ଦୁଃଖର କଥା ଯେତେବେଳେ ସମ୍ବିଧାନ ଉପରେ ଲମ୍ବା ଭାଷଣ ଦିଆଯାଉଛି। କିନ୍ତୁ ଏଭଳି ସ୍ଥିତିରେ ସଂସଦ ଭିତରେ ଯାହା ଘଟଣା ହେଉଛି, ଏହା ଦୁର୍ଭାଗ୍ୟଜନକ । ସଂସଦ ପରିସରରେ ଧସ୍ତା ଧସ୍ତି ହେବା ସଂସଦ ଇତିହାସରେ ବିରଳ ଘଟଣା । ଆମ୍ବେଦକରଙ୍କ ନାଁକୁ ନେଇ ବାକ ବିତଣ୍ଡା ଦୁର୍ଭାଗ୍ୟ ଜନକ । ସାଂସଦ ମାନେ ଯଦି ଅମାନବୀୟ ଆଚରଣ କରିବେ, ତାହା ଠାରୁ ବେଶି ଦୁର୍ଭାଗ୍ୟଜନକ କିଛି ନାହିଁ ବୋଲିପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।