Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଟ୍ରିପଲ ଇଞ୍ଜିନ ସରକାର ଥାଇ ସମାଧାନ ହୋଇପାରୁନି ମହାନଦୀ ଜଳ ବିବାଦ-ପ୍ରସନ୍ନ ଆଚାର୍ଯ୍ୟ
FMNEWS.IN
21-12-2024
ଭୁବନେଶ୍ୱର, 21 ଡିସେମ୍ବର: ଟ୍ରିପଲ ଇଞ୍ଜିନ ସରକାର ଥାଇ ସମାଧାନ ହୋଇପାରୁନି ମହାନଦୀ ଜଳ ବିବାଦ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ, ଡବଲ ଇଞ୍ଜିନ ଜାଗାରେ ଟ୍ରିପିଲ ଇଞ୍ଜିନ ଆସିଛି । ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର । କିନ୍ତୁ ମହାନଦୀ ଜଳ ବିବାଦର ସମାଧାନ ଆହୁରି ବିଳମ୍ବିତ ହେଉଛି । ଟ୍ରିପଲ ଇଞ୍ଜିନ ସରକାର ଥାଇ ମଧ୍ୟ ମହାନଦୀ ବିବାଦର ସମାଧାନ ହୋଇପାରୁନାହିଁ । ସରକାର ଯେତେ ଇଞ୍ଜିନର ହେଉ, ତାହା ଚାଲିବା ଦରକାର । ଟ୍ରିପଲ ଇଞ୍ଜିନ ଜାଗାରେ 5ଟା ଇଞ୍ଜିନ ଲଗାଇଲେ ବି ଯଦି ଇଞ୍ଜିନ ଚାଲିବ ନାହିଁ, ତାହେଲେ କଣ କରାଯିବ ।