Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
୫ ବର୍ଷରେ ରାଜ୍ୟରେ ସବୁ ଗରିବଙ୍କ ନିକଟରେ ପହଞ୍ଚିବ ପକ୍କା ଘର- ରବି ନାୟକ
FMNEWS.IN
09-01-2025
Bhubneshwar, 9 ଜାନୁଆରି :ଭୁବନେଶ୍ୱର- ରାଜ୍ୟରେ ସବୁ ଗରିବଙ୍କ ନିକଟରେ ପହଞ୍ଚିବ ପକ୍କା ଘର । ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର। ଏନେଇ ସୂଚନା ଦେଇଛନ୍ତି ପଂଚାୟତରାଜ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ଯେ, ଆରମ୍ଭ ହୋଇସାରିଛି ପକ୍କା ଘର ସର୍ଭେ ।୨ ମାସ ଭିତରେ ସରକାରଙ୍କ ପାଖରେ ଦାଖଲ ହେବ ମେରିଟ ଲିଷ୍ଟ। ୫ ବର୍ଷରେ ସବୁ ଗରିବଙ୍କ ନିକଟରେ ପକ୍କା ଘର ପହଞ୍ଚାଇବା ପାଇଁ ମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ପଂଚାୟତ ମନ୍ତ୍ରୀ ରବି ନାୟକ କହିଛନ୍ତି ଯେ, ସର୍ଭେ ପରେ ଯେତେ ଘର ଆବଶ୍ୟକ ହେବ ସବୁ ଗରିବଙ୍କୁ ପକ୍କା ଘର ଯୋଗାଇବା ପାଇଁ ଚେଷ୍ଟା କରିବେ ସରକାର।