Breaking News
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
- ବଜେଟ୍ ଗରିବ ବିରୋଧି : କଂଗ୍ରେସ
ଆଇନ ମନ୍ତ୍ରୀଙ୍କୁ କାଉଂଟର କଲେ ରାଜା ସ୍ୱାଇଁ, କହିଲେ ରାଜ୍ୟରେ ବିଗିଡିଯାଇଛି ବିକାଶ
FMNEWS.IN
08-01-2025
ଭୁବନେଶ୍ୱର, 8 ଜାନୁଆରି- ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କଡା କାଉଣ୍ଟର କଲେ ବିଜେଡି ବରିଷ୍ଠ ବିଧାୟକ ରାଜା ସ୍ୱାଇଁ । କହିଲେ ବିକାଶ ଧାରା ବାହାରକୁ ଓଡ଼ିଶା କେବେ ଯାଇନଥିଲା ।ନବୀନ ବାବୁ ବିକାଶ ଧାରା ଯେଉଁଠି ପଠାଇଛନ୍ତି ତାହାକୁ ବଜାୟ ରଖିବା ବର୍ତ୍ତମାନ ସରକାରଙ୍କ ପାଇଁ କଷ୍ଟ ।କିନ୍ତୁ ତାହା ହେଇପାରୁନାହିଁ ।ବିଭିନ୍ନ ଜିଲ୍ଲାରେ ଡିଆରଡିଏରେ ଅଳ୍ପ ପଇସା ଖର୍ଚ୍ଚ ହୋଇଛି ।ବର୍ଷ ସରିବ ବଜେଟ ପାଇଁ 2 ମାସ ସମୟ ଅଛି ।ଶହ ଶହ ପ୍ରୋଜେକ୍ଟ ପାଇଁ ପଇସା ନାହିଁ ପ୍ରକଳ୍ପ ବନ୍ଦ ହୋଇକି ପଡିଛି ।ବିକାଶ ବିଗିଡି ଯାଇଛି ।ସରକାର ଛୋଟ ଅଛନ୍ତି ଗୁରୁଣ୍ଡା ପିଲାର ହାତ ଧରିକି ଚଳେଇବାକୁ ମୋଦି ଆସୁଛନ୍ତି ।ମୋ କଥା ବୋଧେ ରଖିଲେ ।ଥରକୁ ଥର ପଡି ତଳେ ଚଳାଇ ଅଭ୍ୟାସର ବଳେଅଭ୍ୟାସ କରୁ କରୁ ପାଇଟି ହେଇଯାଇଥିବ 5 ବର୍ଷରେ ବୋଲି କହି ସମାଲୋଚନା କରିଛନ୍ତି ରାଜା ସ୍ୱାଇଁ ।