Breaking News
- ଶହେ ବର୍ଷ ପୂରିଲା ଭଦ୍ରକର ମା’ ପଥରକାଳୀଙ୍କ ପୂଜା
- ବିଜେପି ଶାସନରେ ଚାଷୀ ସବୁଠୁ ବେଶି ଅବହେଳିତ: ଭକ୍ତ
- ମୁଖ୍ୟମନ୍ତ୍ରୀଙ୍କ ଗସ୍ତଦିନ ଟ୍ରେନ୍ରୁ ଟଙ୍କା ଜବତ ହେଲା; କଂଗ୍ରେସ ମୁଣ୍ଡରେ ଅଠା ବୋଳିବାର ହୀନ ଚକ୍ରାନ୍ତରେ ମାତିଛି...
- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ ଏବଂ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ...
- ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଇନ ମନ୍ତ୍ରୀଙ୍କୁ କାଉଂଟର କଲେ ରାଜା ସ୍ୱାଇଁ, କହିଲେ ରାଜ୍ୟରେ ବିଗିଡିଯାଇଛି ବିକାଶ
FMNEWS.IN
08-01-2025
ଭୁବନେଶ୍ୱର, 8 ଜାନୁଆରି- ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କଡା କାଉଣ୍ଟର କଲେ ବିଜେଡି ବରିଷ୍ଠ ବିଧାୟକ ରାଜା ସ୍ୱାଇଁ । କହିଲେ ବିକାଶ ଧାରା ବାହାରକୁ ଓଡ଼ିଶା କେବେ ଯାଇନଥିଲା ।ନବୀନ ବାବୁ ବିକାଶ ଧାରା ଯେଉଁଠି ପଠାଇଛନ୍ତି ତାହାକୁ ବଜାୟ ରଖିବା ବର୍ତ୍ତମାନ ସରକାରଙ୍କ ପାଇଁ କଷ୍ଟ ।କିନ୍ତୁ ତାହା ହେଇପାରୁନାହିଁ ।ବିଭିନ୍ନ ଜିଲ୍ଲାରେ ଡିଆରଡିଏରେ ଅଳ୍ପ ପଇସା ଖର୍ଚ୍ଚ ହୋଇଛି ।ବର୍ଷ ସରିବ ବଜେଟ ପାଇଁ 2 ମାସ ସମୟ ଅଛି ।ଶହ ଶହ ପ୍ରୋଜେକ୍ଟ ପାଇଁ ପଇସା ନାହିଁ ପ୍ରକଳ୍ପ ବନ୍ଦ ହୋଇକି ପଡିଛି ।ବିକାଶ ବିଗିଡି ଯାଇଛି ।ସରକାର ଛୋଟ ଅଛନ୍ତି ଗୁରୁଣ୍ଡା ପିଲାର ହାତ ଧରିକି ଚଳେଇବାକୁ ମୋଦି ଆସୁଛନ୍ତି ।ମୋ କଥା ବୋଧେ ରଖିଲେ ।ଥରକୁ ଥର ପଡି ତଳେ ଚଳାଇ ଅଭ୍ୟାସର ବଳେଅଭ୍ୟାସ କରୁ କରୁ ପାଇଟି ହେଇଯାଇଥିବ 5 ବର୍ଷରେ ବୋଲି କହି ସମାଲୋଚନା କରିଛନ୍ତି ରାଜା ସ୍ୱାଇଁ ।