- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଶଙ୍ଖ ଭବନ ଏବେ ହୋଟେଲ - ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର, 13 ଜାନୁଆରି- ଶଙ୍ଖ ଭବନକୁ ନେଇ ବିଜେଡିକୁ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଟାର୍ଗେଟ କରିଛନ୍ତି । ଦଳୀୟ କାର୍ଯ୍ୟଳୟରେ ରେଷ୍ଟରାଣ୍ଟକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।
ସେ କର୍ପୋରେଟ ଚାନ୍ଦା ବନ୍ଦ ହେବାରୁ ବେଆଇନ ଭାବେ ଶଙ୍ଖ ଭବନକୁ ହୋଟେଲ କରିଥିବା ଅଭିଯୋଗ କରିଛନ୍ତି । ଦଳୀୟ କାର୍ଯ୍ୟାଳୟ ପାଇଁ ବିଜେଡି 2021 ରେ ସରକାରୀ ଜମି ନେଲା । କିନ୍ତୁ ଏବେ ହୋଟେଲରେ ପରିଣତ କରିଛି । କର୍ପୋରେଟ ଚାନ୍ଦାରେ ହୋଇଥିଲା ଶଙ୍ଖ ଭବନ । ଆଉ କର୍ପୋରେଟ ପଇସା ଆସୁନି ବୋଲି ବିଜେଡିକୁ ହୋଟେଲର ଆବଶ୍ୟକତା ପଡିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ବିଜେଡି ନିଶ୍ଚିହ୍ନ ହେବା ପାଇଁ ଯାଉଛି କି ପ୍ରଶ୍ନ କଲେ ଜଗନ୍ନାଥ ପ୍ରଧାନ । ସେଠିକୁ ଲୋକ ଆଉ ଆସୁ ନାହାନ୍ତି । ବିଜେଡିରେ କିଏ ଏହି ହୋଟେଲକୁ ଚଳାଉଛି ଏହା ପଛର ଉଦେଶ୍ୟ କଣ ବିଜେଡି ସ୍ପଷ୍ଟ କରୁ । ଜମି ଆପ୍ରୁଭାଲରେ ସ୍ପଷ୍ଟ ଲେଖା ଯାଇଛି, କେବଳ ଦଳୀୟ କାର୍ଯ୍ୟାଳୟ ଭାବେ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ହୋଟେଲ କାହିଁକି କଲେ । ଯାହା ପଇସା ଥିଲା ପାଣ୍ଡିଆନ ନେଇକି ପଳେଇଲେ । ତେଣୁ ଶଙ୍ଖ ଭବନ ଚଳାଇବାକୁ ଏମିତି ପଦକ୍ଷେପ ନେଇଥାଇ ପାରନ୍ତି । ଆଗକୁ ଷ୍ଟାର ହୋଟେଲରେ ପରିଣିତ ହୋଇପାରେ ଶଙ୍ଖ ଭବନ । ତେଣୁ ସରକାର ଏହାକୁ ବିଚାରକୁ ନିଅନ୍ତୁ ଏବଂ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ବିଜେଡି ଠାରୁ ଜମି ଫେରାନ୍ତୁ ସରକାର ବୋଲି ଦାବି କରିଛନ୍ତି ଜଗନ୍ନାଥ ପ୍ରଧାନ ।