Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଆଦିବାସୀ ସମାଜର ଉନ୍ନତି ପାଇଁ ଶିବୁ ସୋରେନଙ୍କ ଅବଦାନ ସର୍ବଦା ସ୍ମରଣୀୟ - ଭକ୍ତ ଦାସ
FMNEWS.IN
04-08-2025
ଭୁବନେଶ୍ୱର, ୦୪ ଅଗଷ୍ଟ - ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକ ବାର୍ତାରେ ପିସିସି ସଭାପତି କହିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ଝାଡ଼ଖଣ୍ଡ ଆନ୍ଦୋଳନର ଜନନାୟକ ଓ ଆଦିବାସୀ ସମାଜର ସ୍ୱର, ଦିଶୋମ ଗୁରୁ ଶିବୁ ସୋରେନଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।
ଝାଡ଼ଖଣ୍ଡ ଆନ୍ଦୋଳନ ସମୟରେ ଗୁରୁଜୀଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ସଂସଦରେ ମଧ୍ୟ ତାଙ୍କ ମାର୍ଗଦର୍ଶନ ପ୍ରାପ୍ତ ହୋଇଥିଲା । ନିୟମଗିରି ଆନ୍ଦୋଳନ ସମୟରେ ମୋ ଅନୁରୋଧ ରକ୍ଷା କରି ଗୁରୁ ଶିବୁ ସୋରେନ ଭୁବନେଶ୍ୱର ଆସିଥିଲେ ଓ ଆମକୁ ସହଯୋଗ କରିଥିଲେ । ଦିବଙ୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ପରିବାର ଓ ଅନୁଗାମୀ ମାନଙ୍କୁ ମୋର ସମବେଦନା ଜଣାଉଛି । ଝାଡ଼ଖଣ୍ଡ ଆନ୍ଦୋଳନ ଏବଂ ଆଦିବାସୀ ସମାଜର ଉନ୍ନତି ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ । ଓଁ ଶାନ୍ତି