BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା : ଭକ୍ତ ଚରଣ ଦାସ୍

ଚାନ୍ଦବାଲି ବିଧାୟକଙ୍କ ଆଶାତୀତ ସମ୍ପତିକୁ ନେଇ ରାଜ୍ୟ ଭିଜିଲାନ୍ସ ପାଖରେ ଅଭିଯୋଗ ଆଣିଲେ ସାମାଜିକ କର୍ମୀ ଶରତ

FMNEWS.IN 05-01-2025
Social activist Sarat files complaint with state vigilance regarding Chandbali MLA's disproportionate assets

ଭଦ୍ରକ - ଏହି ଜିଲାର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମ୍ପତି କିପରି ଆଶାତୀତ ଭାବେ ବୃଦ୍ଧି ପାଇଛି ସେ ନେଇ ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ୨୦୧୯ ମସିହାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ନିର୍ବାଚନ ପୂର୍ବରୁ ନିଜ ସତ୍ୟପାଠରେ ତାଙ୍କର ସମ୍ପତି ୨ କୋଟି ୭ ଲକ୍ଷ ଥିବା ନେଇ ସେ ସତ୍ୟପାଠରେ ଦର୍ଶାଇ ଥିଲେ। ମାତ୍ର ୨୦୨୪ ମସିହାରେ ତାଙ୍କର ସମ୍ପତିର ମୂଲ୍ୟ ୩ କୋଟି ୫୨ ଲକ୍ଷ ଟଙ୍କା ବୋଲି ସତ୍ୟପାଠ ରେ ଦର୍ଶାଇଛନ୍ତି। ଯାହାକି ୫ବର୍ଷ ମଧ୍ୟରେ ୭୫.୬୬ପ୍ରତିଶତ ବୃଦ୍ଧି ପାଇଛି। ସେ ବିଧାୟକ ଭାବେ ମାସିକ ଦରମା ୧ ଲକ୍ଷ ୫୫ ହଜାର ରୁ ୧ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟରେ ସିମୀତ ଥିବା ବେଳେ ଗୋଟିଏ ବର୍ଷରେ ଅନ୍ୟାନ୍ୟ ଭତା ବାବଦକୁ ଦୈନିକ ୧ ହଜାର ଟଙ୍କା ଯାହାକି ଗୋଟିଏ ବର୍ଷରେ ୬୦ହଜାର ଟଙ୍କାରେ ସିମୀତ। ଫଳରେ ସମୁଦାୟ ଦରମା ଏବଂ ଭତା ବାବଦରେ ସେ ନିଜର ୫ବର୍ଷ ବିଧାୟକ ଭାବେ ୯୬ ଲକ୍ଷ ରୁ ୧ କୋଟି ୮ ଲକ୍ଷ ଟଙ୍କା ମଧ୍ୟରେ ସିମୀତ ଅଟେ। ଏଣୁ ସେ ଅନ୍ୟ କୌଣସି ଭାବେ ତାଙ୍କର ଆୟର ଉତ୍ସ ଦେଖାଇ ନଥିବା ବେଳେ କିପରି ଭାବେ ତାଙ୍କର ଆୟ ବହୁଗୁଣିତ ହୋଇ ପାରିଲା ତାହା ସେ ସତ୍ୟପାଠରେ ଦର୍ଶାଇ ନାହାନ୍ତି। ଏଣୁ ଏ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ କେଉଁ ସୂତ୍ରରୁ ସେ ଅର୍ଥ ଉପାର୍ଜନ କରିଛନ୍ତି ତାହାର ସରଜମିନ ତଦନ୍ତ କରିବାକୁ ସାମାଜିକ କର୍ମୀ ଶରତ ସେନାପତି ଭିଜିଲାନ୍ସ ନିର୍ଦ୍ଦେଶକ ଓଡିଶା ଏବଂ ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ବାଲେଶ୍ୱରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟ ପଟରେ ଚାନ୍ଦବାଲି ବିଧାୟକଙ୍କ କୌଣସି ବ୍ୟାଙ୍କରୁ ରଣ ନେଇ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଏ ନେଇ ବାଲେଶ୍ୱର ଭିଜିଲାନ୍ସ ଅଧୀକ୍ଷକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା।