- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ
ଭୁବନେଶ୍ୱର, 25 ଜାନୁଆରି:- ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି । ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ । ନିଜ ଭାଇଙ୍କ ବିରୁଦ୍ଧରେ ବିଷୋଦଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । କହିଲେ ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ସହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ ଶେଷରେ ରିଜେକ୍ଟ ହୋଇଗଲେ । ସେହିପରି ସୁର ରାଉତରାୟଙ୍କୁ ନେଇ ବିଜେପିର ବଡ଼ ନେତାଙ୍କୁ ଦିଲ୍ଲୀରେ ଦେଖା କରିଥିଲେ । ସେଠି ବି ରିଜେକ୍ଟ ହୋଇଥିଲେ । ଯଦି ସେ ଓଡିଶାକୁ ଏତେ ଭଲ ତେବେ ସେ ୧୮ ବର୍ଷ ଆମେରିକାରେ କଣ କରୁଥିଲେ । ଏଠି ମାଆ ବାପାଙ୍କୁ ଛାଡ଼ି ସେଠି କଣ କରୁଥିଲେ । ଏଠି ବାପା ମାଆଙ୍କ ସମ୍ପତିକୁ ବ୍ୟବହାର କରି କି ସେଠି କଣ କରୁଥିଲେ । କାହିଁକି ତାଙ୍କ ପିଲା ମାନେ ପରିବାର ଆମେରିକାର ପାସପୋର୍ଟରେ କାହିଁକି ଅଛନ୍ତି । ଆମେ ତ ଆମ ମାଟିକୁ ଛାଡିନୁ । ଯେହେତୁ କିଛି ପାଇଲେନି ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ମୋ ଗୁରୁଙ୍କୁ ସେ ବ୍ୟକ୍ତି ଗାଳି କରୁଛନ୍ତି ତାହା ମୁଁ ସହି ପାରିବିନି । ଯାହା ସେ କହୁଛନ୍ତି ତାକୁ ପ୍ରମାଣ କରି କି ଦେଖାନ୍ତୁ ବୋଲି ମନ୍ମଥ ରାଉତରାୟ।