- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ
ଭୁବନେଶ୍ୱର, 25 ଜାନୁଆରି:- ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି । ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ । ନିଜ ଭାଇଙ୍କ ବିରୁଦ୍ଧରେ ବିଷୋଦଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । କହିଲେ ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ସହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ ଶେଷରେ ରିଜେକ୍ଟ ହୋଇଗଲେ । ସେହିପରି ସୁର ରାଉତରାୟଙ୍କୁ ନେଇ ବିଜେପିର ବଡ଼ ନେତାଙ୍କୁ ଦିଲ୍ଲୀରେ ଦେଖା କରିଥିଲେ । ସେଠି ବି ରିଜେକ୍ଟ ହୋଇଥିଲେ । ଯଦି ସେ ଓଡିଶାକୁ ଏତେ ଭଲ ତେବେ ସେ ୧୮ ବର୍ଷ ଆମେରିକାରେ କଣ କରୁଥିଲେ । ଏଠି ମାଆ ବାପାଙ୍କୁ ଛାଡ଼ି ସେଠି କଣ କରୁଥିଲେ । ଏଠି ବାପା ମାଆଙ୍କ ସମ୍ପତିକୁ ବ୍ୟବହାର କରି କି ସେଠି କଣ କରୁଥିଲେ । କାହିଁକି ତାଙ୍କ ପିଲା ମାନେ ପରିବାର ଆମେରିକାର ପାସପୋର୍ଟରେ କାହିଁକି ଅଛନ୍ତି । ଆମେ ତ ଆମ ମାଟିକୁ ଛାଡିନୁ । ଯେହେତୁ କିଛି ପାଇଲେନି ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ମୋ ଗୁରୁଙ୍କୁ ସେ ବ୍ୟକ୍ତି ଗାଳି କରୁଛନ୍ତି ତାହା ମୁଁ ସହି ପାରିବିନି । ଯାହା ସେ କହୁଛନ୍ତି ତାକୁ ପ୍ରମାଣ କରି କି ଦେଖାନ୍ତୁ ବୋଲି ମନ୍ମଥ ରାଉତରାୟ।