- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କଟକ ଜିଲ୍ଲା ଭାଜପା ସଭାପତି ହେଲେ ସୁକାନ୍ତ ବିଶ୍ବାଳ
ଭୁବନେଶ୍ୱର, 25 ଜାନୁଆରି: ବିଜେପିର ସୁସଙ୍ଗଠକ ସୁକାନ୍ତ ବିଶ୍ବାଳଙ୍କୁ କଟକ ଜିଲ୍ଲା ଭାଜପା ସଭାପତି ଭାବେ ଘୋଷଣା କରାଯାଇଛି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛ୍ନତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା ଭାଜପା ସଭାପତି ନିର୍ବାଚ଼ନରେ ଯୋଗଦେଇ କଟକ ଜିଲ୍ଲା ଭାଜପା ସଭାପତି ଭାବେ ଶ୍ରୀ ସୁକାନ୍ତ ବିଶ୍ବାଳଙ୍କ ନାମ ଘୋଷିତ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲି।ଭାରତୀୟ ଜନତା ପାର୍ଟିର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମରେ ଓଡ଼ିଶା ପ୍ରଦେଶରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ଏକ ନମ୍ବର ରାଜ୍ୟରେ ପରିଣତ ହେବ।ନୂତନ ଜିଲ୍ଳା ସଭାପତିଙ୍କ ନେତୃତ୍ବରେ କଟକ ଜିଲ୍ଲାରେ ଭାଜପା ସଂଗଠନକୁ ଆହୁରି ସଶକ୍ତ ଓ ଦୃଢ଼ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ମୋର ପରାମର୍ଶ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ରଶ୍ମୀରେଖା ଦାସ,ରାଜ୍ୟ ଭାଜପା ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମିଶ୍ର,ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।