Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସାତ ଦିନିଆ ବିଦେଶ ଗସ୍ତରେ
FMNEWS.IN
31-08-2025
ଚେନ୍ନାଇ- ରାଜ୍ୟରେ ଶିଳ୍ପ ନିବେଶକୁ ଆକର୍ଷିତ କରିବା ଲକ୍ଷ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ଏକ ସପ୍ତାହ ବ୍ୟାପୀ ଜର୍ମାନୀ ଏବଂ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି । ସେ ଆସନ୍ତାକାଲି (୩୧ ଅଗଷ୍ଟ) ୟୁରୋପରେ ମହାନ ତାମିଲ ସ୍ୱପ୍ନ - ୨୦୨୫ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜର୍ମାନୀରେ ତାମିଲମାନଙ୍କୁ ଭେଟିବେ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଜି ସକାଳ ୯ଟାରେ ଚେନ୍ନାଇ ବିମାନବନ୍ଦରରୁ ଜର୍ମାନୀ ଅଭିମୁଖେ ଯାତ୍ରା କରିଛନ୍ତି । ଚେନ୍ନାଇ ବିମାନବନ୍ଦରରେ ସାମ୍ବାଦିକଙ୍କ ସହ କଥାବାର୍ତା କରି ସେ କହିଛନ୍ତି, ମୁଁ ଜର୍ମାନୀ ଏବଂ ଇଂଲଣ୍ଡ ଗସ୍ତରେ ଯାଉଛି । ଯାତ୍ରା ଶେଷ କରିବା ପରେ ମୁଁ ସେପ୍ଟେମ୍ବର ୮ ରେ ଚେନ୍ନାଇ ଫେରିବି । ମୋର ଗସ୍ତର ଉଦ୍ଦେଶ୍ୟ ତାମିଲନାଡୁରେ ବ୍ୟବସାୟିକ ନିବେଶକୁ ଆକର୍ଷିତ କରିବା ଏବଂ ନୂତନ ଚୁକ୍ତିନାମା ସ୍ୱାକ୍ଷର କରିବା ହେବ ।