- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ହୋହଲ୍ଲା ମଧ୍ୟରେ ସରିଲା ସମିତି ବୈଠକ, ପ୍ରଥମେ ବର୍ଜନ ପରେ ସମର୍ଥନ, ବିଜେପିରେ ମିଶିବା ପାଇଁ ବାଧ୍ୟ କରୁଛନ୍ତି ବ୍ଲକ ପ୍ରଶାସନ - ସରପଞ୍ଚ ସମିତି
ଜୟପୁର :ହୋହଲ୍ଲା ମଧ୍ୟରେ ବୈପାରୀଗୁଡା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିତି ବୈଠକକୁ ବିଡିଓ ଅଭିମନ୍ୟୁ କବି ଶତପଥି ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗ ଦେଇଥିଲେ l ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଦ ବିବାଦ ଉପୁଜିଥିଲା l ବୈଠକରେ ବିଡ଼ିଓଙ୍କ ବିରୋଧରେ ସାଙ୍ଘାତିକ ଅଭଯୋଗ ଆଣିଲେ ଜନ ପ୍ରତିନିଧମାନେ l ଅଭିଯୋଗ ଅନୁଯାଇ, ପଂଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କେବଳ ବିଧାୟକଙ୍କ ସୁପାରିଶ କ୍ରମେ କରାଯାଉଛି, ଆଉ ଯେଉଁ ଜନ ପ୍ରତିନିଧି ବିଜେପି ଦଳରେ ମିଶିବ ତାଙ୍କୁ ହିଁ କାମ ଦିଆଯିବ ବୋଲି ବ୍ଲକ ପ୍ରଶାସନ ଅଧିକରୀ ବାଧ୍ୟ କରୁଛିନ୍ତି ବୋଲି ଅଭିଯୋଗ ଆଣିଲେ ବ୍ଲକର ସମସ୍ତ ସମିତି ଏବଂ ସରପଞ୍ଚ l ବୈଠକରେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ବିଡ଼ିଓ l ଏନେଇ ବ୍ଲକ ଅଧୀନ ୨୦ଟି ପଞ୍ଚାୟତର ସରପଞ୍ଚ ସମିତି ପ୍ରଥମେ ବୈଠକ ବର୍ଜନ କରିଥିଲେ l ସ୍ଥାନୀୟ ବିଡ଼ିଓ ସେମାନଙ୍କୁ ବୁଝାଶୁଝା କରିବା ପରେ ବୈଠକକୁ ସମର୍ଥନ ଦେଇଥିଲେ ସରପଞ୍ଚ ସମିତି l ସରପଞ୍ଚମାନଙ୍କଠୁ ଦାୟିତ୍ୱ ଛିନ୍ନ କରାଯାଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି ସରପଞ୍ଚ ଏବଂ ସମିତି ସଭ୍ୟ ପକ୍ଷରୁ ଅଭିଯୋଗ କରିଥିଲେ। ପୂର୍ବ ସମିତି ବୈଠକରେ ଅଭିଯୋଗ ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ସମସ୍ୟା ସମାଧାନ କାହିଁକି ହେଉନି ବୋଲି ପଚାରିଥିଲେ ସଭ୍ୟମାନେ l
ଏହି ବୈଠକରେ ବିଧାୟକ ରଘୁରାମ ମାଛ କ୍ଷୁବ୍ଧ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା l ସେ କହିଥିଲେ ବିଗତ ଦିନରେ ସରକାରୀ କର୍ମଚାରୀ ଶାସନ କରୁଥିଲେ କିନ୍ତୁ ଏବେ ଲୋକଙ୍କ ସରକାର ଆସିଛି ଏଣୁ ସରପଞ୍ଚ ଏବଂ ସମିତି ସଭ୍ୟାସଭ୍ୟଙ୍କ ମତାମତ ନିଆଯିବ ସବୁ ସମସ୍ୟା ସମାଧାନ କରାଯିବ ବୋଲି ବିଧାୟକ କହିଥିଲେ l ଏହି ବୈଠକରେ ସମ୍ମାନିତ ଭାବେ ଜିଲ୍ଲା ପରିଷଦ ସଭ୍ୟା ମଣି ଜାନି, ଜିଲ୍ଲା ପରିଷଦ ସଭ୍ୟ ରାଜେଶ ମହୁରିଆ,ଉପାଧକ୍ଷା ପୂର୍ଣ୍ଣିମା ବାରିକ, ତହସିଲଦାର ସ୍ନିଗ୍ଧାରାଣୀ ଚୌଧୁରୀ, ନବରଙ୍ଗପୁର ସାଂସଦ ପ୍ରତିନିଧି ନରେନ୍ଦ୍ର କାନ୍ଦିଲିଆ, କୋଟପାଡ଼ ବିଧାୟକ ପ୍ରତିନିଧି ପ୍ରଭାକର ରାଓ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ l