- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ବେଳେ ସରକାର ବିଜେ଼ଡିର ଥିଲା – ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 13 ଜାନୁଆରି - ପୋଲିସ ଲଗାଇ ନବ ଦାସଙ୍କୁ ହତ୍ୟା କରିବା ନେଇ ଦିପାଲୀ ଦାସଙ୍କ ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସେ କାହାକୁ ଇଙ୍ଗିତ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ବେଳେ ସରକାର ତାଙ୍କର ଥିଲା । ତଦନ୍ତକାରୀ ସଂସ୍ଥା ତାଙ୍କ ସହିତ ଥିଲା । ତାଙ୍କ ସରକାରଙ୍କର ପୋଲିସ ବିଭାଗ ଥିଲା । କିନ୍ତୁ ସେତେବେଳେ ସେ ମୁଁହ ଖୋଲିବା କଥା, କିନ୍ତୁ ସେତେବେଳେ ସେ ପରିବାର ମୁଁହ ଖୋଲିଲେ ନାହିଁ । କ୍ଷମତା ରାଜନୀତିରେ ରହିବା ପାଇଁ ସେ ପ୍ରସଙ୍ଗକୁ ଘଣ୍ଟ ଘୋଡାଇବାକୁ ସେମାନେ ଚାହିଁଲେ । କୌଣସି ପ୍ରକାର ଅଭିଯୋଗ ସେତେବେଳେ ତାଙ୍କ ପରିବାର ତରଫରୁ ନଥିଲା, ଯାହା ଆଶା କରାଯାଉଥିଲା । କିନ୍ତୁ ଆଜି ସେ ବାବଦରେ କହିବାର କିଛି ମାନେ ନାହିଁ । ତେଣୁ ଯାହା ହୋଇଛି ସେ ବାବଦରେ ସରକାର କଣ ନିଷ୍ପତି ନେବେ ଖୁବଶୀଘ୍ର ଜଣାପଡ଼ିବ । କିନ୍ତୁ ହତ୍ୟା ଉପରେ ଆଜି ଆକ୍ଷେପ କରିବା ବଦଳରେ ଯଦି ସେତେବେଳେ ଆକ୍ଷେପ କରିଥାନ୍ତେ, ତେବେ ସ୍ବର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଘଟଣା ଭିନ୍ନ ମୋଡ଼ ନେଇଥାନ୍ତା ବୋଲି ସେ କହିଛନ୍ତି ।