BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ବେଳେ ସରକାର ବିଜେ଼ଡିର ଥିଲା – ପୃଥ୍ୱୀରାଜ ହରିଚନ୍ଦନ

FMNEWS.IN 13-01-2025
The government was in BJD when former minister Naba Das was murdered - Prithviraj Harichandan

ଭୁବନେଶ୍ୱର, 13 ଜାନୁଆରି - ପୋଲିସ ଲଗାଇ ନବ ଦାସଙ୍କୁ ହତ୍ୟା କରିବା ନେଇ ଦିପାଲୀ ଦାସଙ୍କ ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସେ କାହାକୁ ଇଙ୍ଗିତ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ବେଳେ ସରକାର ତାଙ୍କର ଥିଲା । ତଦନ୍ତକାରୀ ସଂସ୍ଥା ତାଙ୍କ ସହିତ ଥିଲା । ତାଙ୍କ ସରକାରଙ୍କର ପୋଲିସ ବିଭାଗ ଥିଲା । କିନ୍ତୁ ସେତେବେଳେ ସେ ମୁଁହ ଖୋଲିବା କଥା, କିନ୍ତୁ ସେତେବେଳେ ସେ ପରିବାର ମୁଁହ ଖୋଲିଲେ ନାହିଁ । କ୍ଷମତା ରାଜନୀତିରେ ରହିବା ପାଇଁ ସେ ପ୍ରସଙ୍ଗକୁ ଘଣ୍ଟ ଘୋଡାଇବାକୁ ସେମାନେ ଚାହିଁଲେ । କୌଣସି ପ୍ରକାର ଅଭିଯୋଗ ସେତେବେଳେ ତାଙ୍କ ପରିବାର ତରଫରୁ ନଥିଲା, ଯାହା ଆଶା କରାଯାଉଥିଲା । କିନ୍ତୁ ଆଜି ସେ ବାବଦରେ କହିବାର କିଛି ମାନେ ନାହିଁ । ତେଣୁ ଯାହା ହୋଇଛି ସେ ବାବଦରେ ସରକାର କଣ ନିଷ୍ପତି ନେବେ ଖୁବଶୀଘ୍ର ଜଣାପଡ଼ିବ । କିନ୍ତୁ ହତ୍ୟା ଉପରେ ଆଜି ଆକ୍ଷେପ କରିବା ବଦଳରେ ଯଦି ସେତେବେଳେ ଆକ୍ଷେପ କରିଥାନ୍ତେ, ତେବେ ସ୍ବର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଘଟଣା ଭିନ୍ନ ମୋଡ଼ ନେଇଥାନ୍ତା ବୋଲି ସେ କହିଛନ୍ତି ।