BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ସରକାରରେ ଆସିବା ପରେ ପ୍ରଶିକ୍ଷଣ ଶିବିରର ମହତ୍ୱ ବଢିଛି - ରୁଦ୍ର ପାଣି

FMNEWS.IN 12-04-2025
The importance of training camps is increasing after coming to power - Rudra Pani

ଭୁବନେଶ୍ୱର, 12 ଏପ୍ରିଲ୍ - ପୁରୀଠାରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି ଯେ ସରକାରରେ ଆସିବା ପରେ ପ୍ରଶିକ୍ଷଣ ଶିବିରର ମହତ୍ୱ ବଢିଛି । ଲୋକ କେମିତି ଦଳକୁ ଭଲ ପାଇବେ, ଦଳର ଭୋଟ କେମିତି ବଢିବ ଏହା ଉପରେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ମନ୍ତ୍ର ଦେଲେ । ଆଚରଣରେ ନମ୍ରତା, ସରଳତା ରଖ । ଯେଉଁ ଭୋଟର ମାନେ ଭୋଟ ଦେଇଛନ୍ତି ଓ ଯେଉଁ ମାନେ ଭୋଟ ଦେଇ ନାହାନ୍ତି ସମସ୍ତଙ୍କ ପ୍ରତି ଆଦର ରଖ । ପ୍ରତିଯୋଗିତା ମନୋଭାବ ରଖି କାମ କର । ମୂଳ ସମସ୍ୟାକୁ ଚିହ୍ନଟ କର। ନେତା ସିଏ ନୁହେଁ, ଯିଏ ଲେନ୍ସ ଆଡ଼କୁ ଯାଏ, ନେତା ସିଏ ଯାହା ପାଖକୁ ଲେନ୍ସ ଆସେ ବୋଲି ମନ୍ତ୍ର ଦେଲେ ନଡ୍ଡା ।