Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସରକାରରେ ଆସିବା ପରେ ପ୍ରଶିକ୍ଷଣ ଶିବିରର ମହତ୍ୱ ବଢିଛି - ରୁଦ୍ର ପାଣି
FMNEWS.IN
12-04-2025
ଭୁବନେଶ୍ୱର, 12 ଏପ୍ରିଲ୍ - ପୁରୀଠାରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି ଯେ ସରକାରରେ ଆସିବା ପରେ ପ୍ରଶିକ୍ଷଣ ଶିବିରର ମହତ୍ୱ ବଢିଛି । ଲୋକ କେମିତି ଦଳକୁ ଭଲ ପାଇବେ, ଦଳର ଭୋଟ କେମିତି ବଢିବ ଏହା ଉପରେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ମନ୍ତ୍ର ଦେଲେ । ଆଚରଣରେ ନମ୍ରତା, ସରଳତା ରଖ । ଯେଉଁ ଭୋଟର ମାନେ ଭୋଟ ଦେଇଛନ୍ତି ଓ ଯେଉଁ ମାନେ ଭୋଟ ଦେଇ ନାହାନ୍ତି ସମସ୍ତଙ୍କ ପ୍ରତି ଆଦର ରଖ । ପ୍ରତିଯୋଗିତା ମନୋଭାବ ରଖି କାମ କର । ମୂଳ ସମସ୍ୟାକୁ ଚିହ୍ନଟ କର। ନେତା ସିଏ ନୁହେଁ, ଯିଏ ଲେନ୍ସ ଆଡ଼କୁ ଯାଏ, ନେତା ସିଏ ଯାହା ପାଖକୁ ଲେନ୍ସ ଆସେ ବୋଲି ମନ୍ତ୍ର ଦେଲେ ନଡ୍ଡା ।