- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ବହୁ ପ୍ରତିକ୍ଷିତ ହଂସପାଳ ପ୍ଲାଏ ଓଭର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱାରା ଉତ୍ସର୍ଗ
(FMNews):--ମଙ୍ଗଳବାର ଉଦଘାଟିତ ହୋଇଯାଇଛ ବହୁ ପ୍ରତିକ୍ଷିତ ହଂସପାଳ ଫ୍ଲାଇଓଭର ବ୍ରିଜ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦଘାଟନ କରିଛନ୍ତି । ୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭର ବ୍ରିଜ । ୧୮ ମାସରେ ଫ୍ଲାଇଓଭର ବ୍ରିଜ ସାରିବା ପାଇଁ ୨୦୨୦ରୁ ଭିତିପ୍ରସ୍ତର ସ୍ଥାପନ ସମୟରେ ଚୁକ୍ତି ହୋଇଥିଲା । ପୂର୍ବ ସରକାର ଥିବା ସମୟରେ ସେଠାରେ ଥିବା ଏକ ହରିଜନ ବସ୍ତି ଏହି ଓଭର ବ୍ରିଜ ନିର୍ମାଣରେ ବାଧକ ସାଜିଥିଲା । ଫଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା । ଯେଉଁଥି ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏକାଧିକ ବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିଥିଲେ । ଗତବର୍ଷ ଠାରୁ କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନେ ଏହି ବ୍ରିଜ ବ୍ୟବହାର କରି ଆସୁଥିଲେ । ଆଜିଠାରୁ ଭୁବନେଶ୍ୱରରୁ କଟକକୁ ଯାଉଥିବା ଗାଡି ହଂସପାଳ ବ୍ରିଜ ଦେଇ ଯାତାୟାତ କରିପାରିବେ । ନିର୍ମାଣ କାଯ୍ୟ ବିଳମ୍ବିତ ଯୋଗୁଁ ଦୁଇ ଦୁଇ ଥର ନିର୍ମାଣ ସଂସ୍ଥା ବଦଳେଇବାକୁ ପଡିଥିଲା । ଶେଷରେ ୫ ବର୍ଷର ଅବଧିରେ ଏହି ବ୍ରିଜ ଲୋକାର୍ପିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ବ୍ରିଜ ନିର୍ମାଣ ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ସ୍ୱପ୍ନର ପ୍ରକଳ୍ପ ଥିଲା । ଏହି ରାସ୍ତାରେ ବହୁ ଦୁର୍ଘଟଣା ଘଟି ଜନଜୀବନ ହାନି ଘଟୁଥିବାରୁ ଏହାର ନିର୍ମାଣର ଆବଶ୍ୟକତା ମଧ୍ୟ ରହିଥିଲା । ତେବେ ଶେଷରେ ଏହି ପ୍ରକଳ୍ପ ଆଜି ଲୋକାପ୍ରିତ ହୋଇଥିବାରୁ ସାଂସଦ ଶ୍ରୀମତି ଷଡଙ୍ଗୀ କେନ୍ଦ୍ର ପରିବାହନ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ପ୍ରକଳ୍ପ କାର୍ଯ୍ୟରେ ସହଯୋଗ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏହି ଉଦଘାଟନୀ କାଯ୍ୟକ୍ରମରେ ଭୁବନେଶ୍ୱର ଉତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର , ଜାତୀୟ ରାଜପଥ ପ୍ରଧିକରଣର ବରିଷ୍ଠ ଅଧକାରୀଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତି ଥିଲେ ।