- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବହୁ ପ୍ରତିକ୍ଷିତ ହଂସପାଳ ପ୍ଲାଏ ଓଭର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱାରା ଉତ୍ସର୍ଗ
(FMNews):--ମଙ୍ଗଳବାର ଉଦଘାଟିତ ହୋଇଯାଇଛ ବହୁ ପ୍ରତିକ୍ଷିତ ହଂସପାଳ ଫ୍ଲାଇଓଭର ବ୍ରିଜ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦଘାଟନ କରିଛନ୍ତି । ୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭର ବ୍ରିଜ । ୧୮ ମାସରେ ଫ୍ଲାଇଓଭର ବ୍ରିଜ ସାରିବା ପାଇଁ ୨୦୨୦ରୁ ଭିତିପ୍ରସ୍ତର ସ୍ଥାପନ ସମୟରେ ଚୁକ୍ତି ହୋଇଥିଲା । ପୂର୍ବ ସରକାର ଥିବା ସମୟରେ ସେଠାରେ ଥିବା ଏକ ହରିଜନ ବସ୍ତି ଏହି ଓଭର ବ୍ରିଜ ନିର୍ମାଣରେ ବାଧକ ସାଜିଥିଲା । ଫଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା । ଯେଉଁଥି ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏକାଧିକ ବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିଥିଲେ । ଗତବର୍ଷ ଠାରୁ କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନେ ଏହି ବ୍ରିଜ ବ୍ୟବହାର କରି ଆସୁଥିଲେ । ଆଜିଠାରୁ ଭୁବନେଶ୍ୱରରୁ କଟକକୁ ଯାଉଥିବା ଗାଡି ହଂସପାଳ ବ୍ରିଜ ଦେଇ ଯାତାୟାତ କରିପାରିବେ । ନିର୍ମାଣ କାଯ୍ୟ ବିଳମ୍ବିତ ଯୋଗୁଁ ଦୁଇ ଦୁଇ ଥର ନିର୍ମାଣ ସଂସ୍ଥା ବଦଳେଇବାକୁ ପଡିଥିଲା । ଶେଷରେ ୫ ବର୍ଷର ଅବଧିରେ ଏହି ବ୍ରିଜ ଲୋକାର୍ପିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ବ୍ରିଜ ନିର୍ମାଣ ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ସ୍ୱପ୍ନର ପ୍ରକଳ୍ପ ଥିଲା । ଏହି ରାସ୍ତାରେ ବହୁ ଦୁର୍ଘଟଣା ଘଟି ଜନଜୀବନ ହାନି ଘଟୁଥିବାରୁ ଏହାର ନିର୍ମାଣର ଆବଶ୍ୟକତା ମଧ୍ୟ ରହିଥିଲା । ତେବେ ଶେଷରେ ଏହି ପ୍ରକଳ୍ପ ଆଜି ଲୋକାପ୍ରିତ ହୋଇଥିବାରୁ ସାଂସଦ ଶ୍ରୀମତି ଷଡଙ୍ଗୀ କେନ୍ଦ୍ର ପରିବାହନ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ପ୍ରକଳ୍ପ କାର୍ଯ୍ୟରେ ସହଯୋଗ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏହି ଉଦଘାଟନୀ କାଯ୍ୟକ୍ରମରେ ଭୁବନେଶ୍ୱର ଉତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର , ଜାତୀୟ ରାଜପଥ ପ୍ରଧିକରଣର ବରିଷ୍ଠ ଅଧକାରୀଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତି ଥିଲେ ।