- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ସମ୍ବିଧାନ ସଭାର ସଭ୍ୟମାନଙ୍କ ଚିନ୍ତାଧାରା, ସେମାନଙ୍କ ବାଣୀ, ଆମର ଏକ ବହୁତ ବଡ଼ ସମ୍ପତି-ପିଏମ ମୋଦି
ନୂଆଦିଲ୍ଲୀ, 19 ଜାନୁଆରି- ମନ୍ କୀ ବାତର 118ତମ ଏପିସୋଡରେ ସମସ୍ତ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଏଥରର ସାଧାରଣତନ୍ତ୍ର ଦିବସର ଅନେକ ବିଶେଷତ୍ୱ ରହିଛି । ଏହା ଭାରତୀୟ ଗଣତନ୍ତ୍ରର ୭୫ତମ ବାର୍ଷିକୀ ଅଟେ । ଚଳିତ ବର୍ଷ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୂରଣ ହେଉଛି ।
ମୁଁ ସମ୍ବିଧାନ ସଭାର ସେହି ସମସ୍ତ ମହାନ ବ୍ୟକ୍ତିତ୍ୱମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ଆମକୁ ଆମ ପବିତ୍ର ସମ୍ବିଧାନ ପ୍ରଦାନ କରିଛନ୍ତି । ସମ୍ବିଧାନ ସଭା ସମୟରେ ଅନେକ ବିଷୟ ଉପରେ ସୁଦୀର୍ଘ ଆଲୋଚନା ହୋଇଥିଲା । ସେହି ଆଲୋଚନା, ସମ୍ବିଧାନ ସଭାର ସଭ୍ୟମାନଙ୍କ ଚିନ୍ତାଧାରା, ସେମାନଙ୍କ ବାଣୀ, ଆମର ଏକ ବହୁତ ବଡ଼ ସମ୍ପତି । ମନ୍ କି ବାତ୍ ରେ ଆଜି ଆପଣମାନଙ୍କୁ କିଛି ମହାନ ନେତାମାନଙ୍କ ମୂଳ ସ୍ୱର ଶୁଣାଇବାକୁ ପ୍ରୟାସ କରିଛି ।
ସଭା ଯେତେବେଳେ ନିଜ କାର୍ଯ୍ୟ ଆରମ୍ଭ କଲା, ସେତେବେଳେ ବାବାସାହେବ ଆମ୍ବେଦକର ମିଳିତ ସହଯୋଗ ସମ୍ପର୍କରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା କହିଥିଲେ । ତାଙ୍କର ସେହି କଥନ ଇଂରାଜୀରେ ରହିଛି ।ଏହାର ଗୋଟିଏ ଅଂଶ ମୁଁ ଆପଣମାନଙ୍କୁ ଶୁଣାଉଛି ।ବାବାସାହେବ ଏକଥା ଉପରେ ଗୁରୁତ୍ୱ ଦେଉଥିଲେ ଯେ, ସମ୍ବିଧାନ ସଭା, ମିଳିତ ଭାବେ, ଏକମତ ସହ ମିଶିକରି ସମସ୍ତଙ୍କ ହିତ ପାଇଁ କାର୍ଯ୍ୟ କରୁ ।ଡ.ରାଜେନ୍ଦ୍ର ପ୍ରସାଦ ମାନବୀୟ ମୂଲ୍ୟବୋଧ ପ୍ରତି ଦେଶର ପ୍ରତିବଦ୍ଧତା କଥା କହିଥିଲେ । ଏବେ ମୁଁ ଆପଣଙ୍କୁ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱର ଶୁଣାଉଛି । ସେ ସୁଯୋଗର ସମାନତା ବିଷୟ ଉତ୍ଥାପନ କରଛନ୍ତି ।
ମୁଁ ଆଶା କରୁଛି, ଆପଣଙ୍କୁ ମଧ୍ୟ ସମ୍ବିଧାନ ସଭାର ବିତର୍କ ମଧ୍ୟରୁ ଏହି ମୂଳ ସ୍ୱରସବୁ ଶୁଣି ଭଲ ଲାଗିଥିବ । ଆମେ ଦେଶବାସୀ, ଏହି ଚିନ୍ତାଧାରାରୁ ପ୍ରେରଣା ଗ୍ରହଣ କରି, ଏଭଳି ଭାରତ ନିର୍ମାଣ ପାଇଁ କାମ କରିବାକୁ ହେବ, ଯାହାକୁ ନେଇ ଆମ ସମ୍ବିଧାନ ନିର୍ମାତାମାନେ ମଧ୍ୟ ଗର୍ବିତ ହେବେ ।