- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା -ଡବଲ ଇଂଜିନ ସରକାରରେ ଫେଲ୍ ମାରିଛି ସୁରକ୍ଷା ବ୍ୟବସ୍ଥା- ସୁଲତା ଦେଓ
ଭୁବନେଶ୍ୱର, 26 ଜାନୁଆରି- ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାକୁ ନେଇ ବର୍ଷିଛି ବିଜେଡି । ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ଯେ, ଯେତେବେଳେ 76 ତମ ସାଧାରଣତନ୍ତ୍ର ପାଳନ ହେଉଛି, ସେ ସମୟରେ ଭିଆଇପିଅଞ୍ଚଳରେ ରହୁଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ବସଭବନରେ ଡକାୟତି ହେଉଛି । ଏହା ଲଜ୍ଜାଜନକ ଘଟଣା । ରାଜଧାନୀ ତ ସୁରକ୍ଷା ବଳୟରେ, ହେଲେ ଚୋରି କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଭିଆଇପିଘରୁ ଚୋରି ହେଲେ ସାଧାରଣ ଲୋକ କେମିତି ସୁରକ୍ଷିତ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଯେତେବେଳେ ପ୍ରଧାନମନ୍ତ୍ରୀ ଆସିବାର ଥାଏ, ଚୋର ବଲାତ୍କାରୀ ସକ୍ରିୟ କେମିତି ହେଉଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସୁଭଦ୍ରା ପାଇଁ ମୋଦି ଆସିଲେ, ଭରତପୁର ଘଟଣା ହେଲା । ପ୍ରବାସୀ ଭାରତୀୟ ଦିବସ ସକାଳେ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ପୋଲିସ ମିତ୍ର ସହଦେଵ ନାୟକଙ୍କୁ ହତ୍ୟା କରାଯାଉଛି । ଆଜି ସାଧାରଣତନ୍ତ୍ର ଦିବସ । ପୁଣି ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ପାଇଁ ଆସୁଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ପରି ଭିଆଇପିଙ୍କ ଘରୁ ଚୋରି ହେଉଛି । ଡବଲ ଇଂଜିନ ସରକାର ବିଫଳ ହୋଇଛନ୍ତି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ । ଭିଆଇପିଙ୍କ ଏ ଅବସ୍ଥା ହେଲେ, ସାଧାରଣ ଜନ ଜୀବନ ସୁରକ୍ଷା କେମିତି ପାଇବ? ବିକାଶର ସୁବର୍ଣ୍ଣ ଯୁଗ ଥିଲା ନବୀନ ପଟ୍ଟନାୟକଙ୍କ ସମୟରେ । ଏବେ ଚୋର ବଲାତ୍କାରୀଙ୍କ ସୁବର୍ଣ୍ଣ ଯୁଗ ଚାଲିଛି । ରାଜଧାନୀରେ ଏମିତି ତ ଅନିତ ଦୂରରେ କଣ ହେଉଥିବ? ଡବଲ ଇଂଜିନ ଡବଲ ଡ଼ର । ଘରେ ଘରେ ଚୋର । ଏ ବିଜେପି ସରକାରର ଉପହାର । ଆଶା କିଛି ନାହିଁ. ଯେଉଁ ପରିବର୍ତ୍ତନ କଥା କହି ଆସିଥିଲେ, ଅତି କମରେ ସାଧାରଣ ଲୋକଙ୍କ ଜୀବନକୁ ସୁରକ୍ଷା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।