- କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ
- ତେଲେଙ୍ଗାନାର ବାସରରେ ଗୋଦାବରୀ ନଦୀରେ ବୁଡିବା କାରଣରୁ ହାଇଦ୍ରାବାଦର 5ଜଣ ଯୁବକଙ୍କ ମୃତ୍ୟୁ
- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ରାଜକୋଟରେ ଆଜି ହେବ ଅନ୍ତିମ ସଂସ୍କାର
- ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ରାଜ୍ୟର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଉତ୍ତର ପ୍ରଦେଶରେ ଭୟାବହ ସଡକ ଦୁର୍ଘଟଣାରେ 5 ମୃତ, ଜଣେ ଆହତ
ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା -ଡବଲ ଇଂଜିନ ସରକାରରେ ଫେଲ୍ ମାରିଛି ସୁରକ୍ଷା ବ୍ୟବସ୍ଥା- ସୁଲତା ଦେଓ

ଭୁବନେଶ୍ୱର, 26 ଜାନୁଆରି- ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାକୁ ନେଇ ବର୍ଷିଛି ବିଜେଡି । ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ଯେ, ଯେତେବେଳେ 76 ତମ ସାଧାରଣତନ୍ତ୍ର ପାଳନ ହେଉଛି, ସେ ସମୟରେ ଭିଆଇପିଅଞ୍ଚଳରେ ରହୁଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ବସଭବନରେ ଡକାୟତି ହେଉଛି । ଏହା ଲଜ୍ଜାଜନକ ଘଟଣା । ରାଜଧାନୀ ତ ସୁରକ୍ଷା ବଳୟରେ, ହେଲେ ଚୋରି କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଭିଆଇପିଘରୁ ଚୋରି ହେଲେ ସାଧାରଣ ଲୋକ କେମିତି ସୁରକ୍ଷିତ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଯେତେବେଳେ ପ୍ରଧାନମନ୍ତ୍ରୀ ଆସିବାର ଥାଏ, ଚୋର ବଲାତ୍କାରୀ ସକ୍ରିୟ କେମିତି ହେଉଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସୁଭଦ୍ରା ପାଇଁ ମୋଦି ଆସିଲେ, ଭରତପୁର ଘଟଣା ହେଲା । ପ୍ରବାସୀ ଭାରତୀୟ ଦିବସ ସକାଳେ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ପୋଲିସ ମିତ୍ର ସହଦେଵ ନାୟକଙ୍କୁ ହତ୍ୟା କରାଯାଉଛି । ଆଜି ସାଧାରଣତନ୍ତ୍ର ଦିବସ । ପୁଣି ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ପାଇଁ ଆସୁଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ପରି ଭିଆଇପିଙ୍କ ଘରୁ ଚୋରି ହେଉଛି । ଡବଲ ଇଂଜିନ ସରକାର ବିଫଳ ହୋଇଛନ୍ତି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ । ଭିଆଇପିଙ୍କ ଏ ଅବସ୍ଥା ହେଲେ, ସାଧାରଣ ଜନ ଜୀବନ ସୁରକ୍ଷା କେମିତି ପାଇବ? ବିକାଶର ସୁବର୍ଣ୍ଣ ଯୁଗ ଥିଲା ନବୀନ ପଟ୍ଟନାୟକଙ୍କ ସମୟରେ । ଏବେ ଚୋର ବଲାତ୍କାରୀଙ୍କ ସୁବର୍ଣ୍ଣ ଯୁଗ ଚାଲିଛି । ରାଜଧାନୀରେ ଏମିତି ତ ଅନିତ ଦୂରରେ କଣ ହେଉଥିବ? ଡବଲ ଇଂଜିନ ଡବଲ ଡ଼ର । ଘରେ ଘରେ ଚୋର । ଏ ବିଜେପି ସରକାରର ଉପହାର । ଆଶା କିଛି ନାହିଁ. ଯେଉଁ ପରିବର୍ତ୍ତନ କଥା କହି ଆସିଥିଲେ, ଅତି କମରେ ସାଧାରଣ ଲୋକଙ୍କ ଜୀବନକୁ ସୁରକ୍ଷା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।