- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ନବ ଦାସ ହାତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି- ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, 24 ମାର୍ଚ୍ଚ : ନବ ଦାସ ହତ୍ୟାକାଣ୍ଡ ତଦନ୍ତ ପ୍ରକ୍ରିୟାକୁ ନେଇ ଜୟନାରାୟଣ ମିଶ୍ର ବିସ୍ପୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନବ ଦାସ ହାତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି, ଯେଉଁମାନେ ଏହି ତଦନ୍ତକୁ ଠିକ ଭାବେ କରିବାକୁ ଦେଉନାହାନ୍ତି । ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ ଦିଗହରା କରିବାରେ ଚାହୁଁଛନ୍ତି । ସରକାର ସ୍ପଷ୍ଟତାର ସହିତ ଆସି ତଦନ୍ତକୁ ଆଉ ଆଗକୁ ନେବା କଥା । ପୂର୍ବର ତଦନ୍ତ ପ୍ରକ୍ରିୟାକୁ କାଠଗଡାକୁ ଟାଣିଛନ୍ତି ଜୟନାରାୟଣ । ଲାଟ୍ରିନ ଭିତରୁ କାଗଜ ବାହାରିବା ଘଟଣାକୁ ଡ୍ରାମା କହିଲେ ଜୟନାରାୟଣ । ଲାଟ୍ରିନ ଭିତରୁ ତିନି ଦିନ ପରେ କାଗଜ ବାହାରିବ କି? ବେକାର କଥା କେବଳ ଡ୍ରାମା କରୁଛନ୍ତି । ସବୁ ପ୍ରସଙ୍ଗରେ ତଦନ୍ତ ହେବା କଥା ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି । ନବ ଦାସ ହତ୍ୟା ଘଟଣାରେ ଅରୁଣ ବୋଥ୍ରା ଡ୍ରାମା କରିଥିଲେ। ଯେହେତୁ ବହୁ ବଡ ବଡ଼ିଆଙ୍କ ସମ୍ପୃକ୍ତି ଅଛି, ପ୍ରକୃତ ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ। ସେଥିପାଇଁ ସେମାନେ ତଦନ୍ତକୁ ଦିଗହରା କରିଥିଲେ।
ଗୋଟେ ଚିଠିକୁ ଫ୍ଳସ କରି ଦେଖିଲେ, କାଗଜ ମିଳିବ କି । ବେକାର କଥା କହିଥିଲେ। ସରକାର ତଦନ୍ତରେ ସ୍ପଷ୍ଟତା ଆଣିବାକୁ ତଦନ୍ତ କରୁଛନ୍ତି। ମୁଁ ଏବେବି ଦାବି କରୁଛି ସିବିଆଇ ତଦନ୍ତ ହେଉ ବୋଲି କହିଛନ୍ତି ଜୟ ନାରାୟଣ ।