- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ନବ ଦାସ ହାତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି- ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, 24 ମାର୍ଚ୍ଚ : ନବ ଦାସ ହତ୍ୟାକାଣ୍ଡ ତଦନ୍ତ ପ୍ରକ୍ରିୟାକୁ ନେଇ ଜୟନାରାୟଣ ମିଶ୍ର ବିସ୍ପୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନବ ଦାସ ହାତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି, ଯେଉଁମାନେ ଏହି ତଦନ୍ତକୁ ଠିକ ଭାବେ କରିବାକୁ ଦେଉନାହାନ୍ତି । ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ ଦିଗହରା କରିବାରେ ଚାହୁଁଛନ୍ତି । ସରକାର ସ୍ପଷ୍ଟତାର ସହିତ ଆସି ତଦନ୍ତକୁ ଆଉ ଆଗକୁ ନେବା କଥା । ପୂର୍ବର ତଦନ୍ତ ପ୍ରକ୍ରିୟାକୁ କାଠଗଡାକୁ ଟାଣିଛନ୍ତି ଜୟନାରାୟଣ । ଲାଟ୍ରିନ ଭିତରୁ କାଗଜ ବାହାରିବା ଘଟଣାକୁ ଡ୍ରାମା କହିଲେ ଜୟନାରାୟଣ । ଲାଟ୍ରିନ ଭିତରୁ ତିନି ଦିନ ପରେ କାଗଜ ବାହାରିବ କି? ବେକାର କଥା କେବଳ ଡ୍ରାମା କରୁଛନ୍ତି । ସବୁ ପ୍ରସଙ୍ଗରେ ତଦନ୍ତ ହେବା କଥା ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି । ନବ ଦାସ ହତ୍ୟା ଘଟଣାରେ ଅରୁଣ ବୋଥ୍ରା ଡ୍ରାମା କରିଥିଲେ। ଯେହେତୁ ବହୁ ବଡ ବଡ଼ିଆଙ୍କ ସମ୍ପୃକ୍ତି ଅଛି, ପ୍ରକୃତ ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ। ସେଥିପାଇଁ ସେମାନେ ତଦନ୍ତକୁ ଦିଗହରା କରିଥିଲେ।
ଗୋଟେ ଚିଠିକୁ ଫ୍ଳସ କରି ଦେଖିଲେ, କାଗଜ ମିଳିବ କି । ବେକାର କଥା କହିଥିଲେ। ସରକାର ତଦନ୍ତରେ ସ୍ପଷ୍ଟତା ଆଣିବାକୁ ତଦନ୍ତ କରୁଛନ୍ତି। ମୁଁ ଏବେବି ଦାବି କରୁଛି ସିବିଆଇ ତଦନ୍ତ ହେଉ ବୋଲି କହିଛନ୍ତି ଜୟ ନାରାୟଣ ।