Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଦଳରେ ସଂସ୍କାରର ଆବଶ୍ୟକତା ରହିଛି- ଅରୁଣ ସାହୁ
FMNEWS.IN
12-04-2025
ଭୁବନେଶ୍ୱର, 12 ଏପ୍ରିଲ୍ -ବର୍ତ୍ତମାନ ଦଳ ଭିତରେ ସଂସ୍କାର ଓ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେବା ଦରକାର ରହିଛି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ରାସ୍ତାରେ ଯିବା ବେଳେ ଛୋଟ ଭୁଲ ଭାଲ ହୁଏ କିନ୍ତୁ ତାକୁ ସୁଧାରିବାର ଆବଶ୍ୟକ ରହିଛି। ନବୀନ ଆମର ଏକ ମାତ୍ର ନେତା। ତାଙ୍କ ନେତୃତ୍ଵରେ ଦଳ ଚାଲିଛି। ଏଥିରେ କୌଣସି ଦ୍ୱିମତ ନାହିଁ। ଦଳରେ ଆଭ୍ୟନ୍ତରୀଣ ଘଟଣା ଯାହା ଚାଲିଛି ସାଂଗଠାନିକ ନିର୍ବାଚନ ପରେ ସବୁ ସ୍ପଷ୍ଟ ହୋଇଯିବ। ରାଜନୀତିରେ ଗୋଟିଏ କଥାକୁ ଗୁରୁତ୍ଵ ଦିଆଯିବା ଆବଶ୍ୟକ ତାହା ହେଉଛି ସଂସ୍କାର। ତେଣୁ କେଉଁଠି କିଛି ଭୁଲ ଭଟକା ରହିଛି ତାକୁ ଦୂର କରି ସଂସ୍କାର ଆଣିବା। ବରିଷ୍ଠ ନେତା ମାନେ ଏକାଠି ବସିଲେ ବି ନବୀନଙ୍କୁ ସର୍ବମାନ୍ୟ ନେତା ବୋଲି ସମସ୍ତେ ମାନୁଛନ୍ତି। ଦଳ କିପରି ଚାଲିବ ମୁଁ ମଧ୍ୟ ନବୀନଙ୍କୁ କିଛି ପ୍ରସ୍ତାବ ଦେଇଛି ବୋଲି ଅରୁଣ ସାହୁ କହିଛନ୍ତି ।