Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦଳରେ ସଂସ୍କାରର ଆବଶ୍ୟକତା ରହିଛି- ଅରୁଣ ସାହୁ
FMNEWS.IN
12-04-2025
ଭୁବନେଶ୍ୱର, 12 ଏପ୍ରିଲ୍ -ବର୍ତ୍ତମାନ ଦଳ ଭିତରେ ସଂସ୍କାର ଓ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେବା ଦରକାର ରହିଛି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ରାସ୍ତାରେ ଯିବା ବେଳେ ଛୋଟ ଭୁଲ ଭାଲ ହୁଏ କିନ୍ତୁ ତାକୁ ସୁଧାରିବାର ଆବଶ୍ୟକ ରହିଛି। ନବୀନ ଆମର ଏକ ମାତ୍ର ନେତା। ତାଙ୍କ ନେତୃତ୍ଵରେ ଦଳ ଚାଲିଛି। ଏଥିରେ କୌଣସି ଦ୍ୱିମତ ନାହିଁ। ଦଳରେ ଆଭ୍ୟନ୍ତରୀଣ ଘଟଣା ଯାହା ଚାଲିଛି ସାଂଗଠାନିକ ନିର୍ବାଚନ ପରେ ସବୁ ସ୍ପଷ୍ଟ ହୋଇଯିବ। ରାଜନୀତିରେ ଗୋଟିଏ କଥାକୁ ଗୁରୁତ୍ଵ ଦିଆଯିବା ଆବଶ୍ୟକ ତାହା ହେଉଛି ସଂସ୍କାର। ତେଣୁ କେଉଁଠି କିଛି ଭୁଲ ଭଟକା ରହିଛି ତାକୁ ଦୂର କରି ସଂସ୍କାର ଆଣିବା। ବରିଷ୍ଠ ନେତା ମାନେ ଏକାଠି ବସିଲେ ବି ନବୀନଙ୍କୁ ସର୍ବମାନ୍ୟ ନେତା ବୋଲି ସମସ୍ତେ ମାନୁଛନ୍ତି। ଦଳ କିପରି ଚାଲିବ ମୁଁ ମଧ୍ୟ ନବୀନଙ୍କୁ କିଛି ପ୍ରସ୍ତାବ ଦେଇଛି ବୋଲି ଅରୁଣ ସାହୁ କହିଛନ୍ତି ।