- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ବିକଶିତ ଓଡ଼ିଶା ଗଠନ ପାଇଁ ସଂକଳ୍ପର ସମୟ 2025 - ମନମୋହନ ସାମଲ
ଭୁବନେଶ୍ୱର, 31 ଡିସେମ୍ବର - 2025 ସଂକଳ୍ପର ସମୟ । ବିକଶିତ ଓଡ଼ିଶା ଗଠନ ପାଇଁ ସଂକଳ୍ପର ସମୟ 2025 ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ବିକଶିତ ଓଡିଶା ଗଠନ ନେଇ ସେଥିରେ ଆମ ସମସ୍ତଙ୍କର ଭୂମିକା ରହିଛି । ସରକାରକୁ ମାତ୍ର 6 ମାସ ହେଲା ଆଗକୁ ଆହୁରି ସାଢେ 4 ବର୍ଷ ବାକି ଅଛି ।
ଲୋକ ଯାହା ଅପେକ୍ଷା ରଖିଛନ୍ତି ତାଠାରୁ ବିଜେପି ସରକାର ଅଧିକ କାମ କରିବ । ଏହି ଅବସରରେ ସମସ୍ତଙ୍କୁ ଇଂରାଜୀ ନବର ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମନମୋହନ ସାମଲ । ଓଡିଶା ବାସୀ ନୂଆ ଓଡିଶା ଗଢିବାକୁ ଚାହୁଁଛନ୍ତି, ବିକଶିତ ଓଡ଼ିଶା ଗଢିବାକୁ ଚାହୁଁଛନ୍ତି, ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି । 2036 ସ୍ୱତନ୍ତ୍ର ଓଡ଼ିଶା ଗଠନର 100 ବର୍ଷ ପୂର୍ତ୍ତି ହେବ ଏଥିପାଇଁ ଏହି 5 ବର୍ଷ ସଂକଳ୍ପର ସମୟ । ଓଡ଼ିଶା ଆଗକୁ ଯିବ, ଓଡିଶା ସମୃଦ୍ଧ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଚାହୁଁଛନ୍ତି ବିକଶିତ ଓଡ଼ିଶା ଗଠନ ହେବ, ଶ୍ରେଷ୍ଠ ରାଜ୍ୟରେ ଓଡିଶା ପହଞ୍ଚୁ ଏବଂ ଭାରତର ଅର୍ଥନୀତିର ଏକ ବିଶେଷ ଭୂମିକା ନେବ ଏନେଇ ଆମର ସମସ୍ତଙ୍କର ସାମୁହିକ ଭୂମିକା ରହିଛି ।
ସବୁ ପରିସ୍ଥିତି ଓ ସବୁ ଆହ୍ୱାନକୁ ସ୍ୱୀକାର କରିବାକୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ । ବହୁତ ଲୋକଙ୍କ ସମସ୍ୟା ଅଛି । ଲୋକ ମାନଙ୍କର ଅପେକ୍ଷା ରହିବ 5 ବର୍ଷ ଗୋଟିଏ ଛୋଟିଆ ସମୟ ନୁଁହେ, ମାତ୍ର 6 ମାସ ହୋଇଛି ଆହୁରି ସାଢ଼େ 4 ବର୍ଷ ରହିଛି ଲୋକଙ୍କ ଅପେକ୍ଷାରୁ ଅଧିକ କାମ କରିବାକୁ ବିଜେପି ସରକାର ସମର୍ଥ ବୋଲି ସେ କହିଛନ୍ତି ।