BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଆଜି ବିଜେଡି ପାଳୁଛି 28ତମ ପ୍ରତିଷ୍ଠା ଦିବସ

FMNEWS.IN 26-12-2024
Today, BJD is celebrating its 28th foundation day.

ଭୁବନେଶ୍ୱର, 26 ଡିସେମ୍ବର:- ୨୪ ବର୍ଷର ନିରଙ୍କୁଶ କ୍ଷମତା ହାତରୁ ଯିବା ପରେ ପ୍ରଥମ ଥର ବିନା କ୍ଷମତାରେ ଥିବା ବିଜେଡି ଆଜି ପାଳନ କରୁଛି ନିଜର ୨୮ତମ ପ୍ରତିଷ୍ଠା । ପ୍ରତି ନିର୍ବାଚନ ମଣ୍ଡଳୀରେ ଆଡମ୍ବର ସହ ପାଳନ ହେବ ପ୍ରତିଷ୍ଠା ଦିବସ । ନିଜେ ନବୀନ ଶଙ୍ଖଭବନରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ବିଜେଡ଼ିରେ ଫାଳ ଫାଳ ସ୍ଥିତି । ସମାନ୍ତରାଳ ସଂଗଠନ ସାଙ୍ଗକୁ ଦଳ ଭିତରେ ବିବାଦ ଅନେକ । ନେତା ନେତାଙ୍କ ଭିତରେ ପଡୁନି । ଅନେକ ଆଗ ଧାଡ଼ିର ତୁଙ୍ଗ ନେତା ଙ୍କ ଠୁ ନେଇ ତୃଣ ମୂଳ ସ୍ତର ପର୍ଯ୍ୟନ୍ତ ନେତାମାନେ ଜଣେ ପରେ ଜଣେ ଦଳ ଛାଡ଼ୁଛନ୍ତି । ଯେଉଁଥିପାଇଁ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନଭେମ୍ବରରେ ହେବାକୁ ଥିବା ଜିଲ୍ଲାଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । ୨୪ ନିର୍ବାଚନରେ ପାଣ୍ଡିଆନଙ୍କ ସମାନ୍ତରଳ ସଙ୍ଗଠନ ଫର୍ମୁଲା ଓ ସାମ୍ନାରୁ ଦଳର କମାଣ୍ଡ ଧରିବା ଓ ବ୍ୟୁରୋକ୍ରାଶି ଶାସନ ପ୍ରସଙ୍ଗ ପାଇଁ ବିଜେଡି ମାଟି କାମୁଡି ପଡ଼ିଛି । ପୂର୍ବ ତ୍ରୁଟିକୁ ସୁଧାରି କର୍ମୀଙ୍କୁ ନୂଆ ବାର୍ତ୍ତା ଦେବାକୁ ନବୀନ ଏବେ ନିଜେ ବାହାରକୁ ବାହାରିଲେଣି । ହେଲେ ବୟସାଧିକ କାରଣରୁ ତାହା ଅଧିକ ସମ୍ଭବ ହେଉ ନାହିଁ । ସେହିପରି ବ୍ଲକ ଓ ପଞ୍ଚାୟତ ହାତରୁ ଧୀରେ ଧୀରେ ଖସିବା ଦେଖି ଲଗାତାର ନବୀନ ନିବାସ ରେ କର୍ମୀ ଙ୍କୁ ଭେଟୁଛନ୍ତି ନବୀନ ।ଏତେସବୁ ପରେ ବି ନବୀନ ବର୍ତ୍ତମାନ ସୁଦ୍ଧା ରାଜ୍ୟ କମିଟି ଗଠନ କରିବାରେ ସକ୍ଷମ ହୋଇନାହାନ୍ତି । ସଭ୍ୟ ସଂଗ୍ରହ ଅଭିଯାନ ଓ ଜନସମ୍ପର୍କ ପଦଯାତ୍ରାରେ ବି ସେଭଳି ସଫଳତା ପାଇନି ଦଳ । ଦେଖିବାକୁ ଗଲେ ଦଳୀୟ ସଂଗଠନ ଯେମିତି ବିକ୍ଷିପ୍ତ ଅବସ୍ଥାରେ ରହିଛି । ତେଣୁ ନବୀନ ଏଥର ଆଶା ରଖିଛନ୍ତି ୨୮ତମ ପ୍ରତିଷ୍ଠା ଦିବସକୁ ପ୍ରଭାବୀ ଢଙ୍ଗରେ ପାଳନ କରି ଟିମ୍ କୁ ଏକଜୁଟ କରିବେ ।