- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଜି ବିଜେପି ପ୍ରଶିକ୍ଷଣ ବର୍ଗର ତୃତୀୟ ଦିନ
ଭୁବନେଶ୍ୱର, 13 ଏପ୍ରିଲ୍ - ଆଜି ବିଜେପି ପ୍ରଶିକ୍ଷଣ ବର୍ଗର ତୃତୀୟ ଦିନ । ତୃତୀୟ ଦିନରେ ବିଜେପି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କ କ୍ଲାସ ନେବେ 3 କେନ୍ଦ୍ରୀୟ ନେତୃତ୍ୱ । ରାଷ୍ଟ୍ରୀୟ ସଂଗଠନ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ, ସହ ସଂଗଠନ ସମ୍ପାଦକ ଭି. ସତୀଶ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ଵଂଶଲ । ସଂଗଠନକୁ ବ୍ୟାପକ କରିବା ଦିଗରେ ପରାମର୍ଶ ଦେବେ ଏହି 3 ନେତା । ସରକାର ଏବଂ ସଂଗଠନ ଭିତରେ କେମିତି ରହିବ ସମନ୍ୱୟ । ସରକାର ସହ ଦଳକୁ ସାଙ୍ଗରେ ନେଇ କେମିତି ଆଗକୁ ବଢିବେ ନେତା । କର୍ମୀଙ୍କୁ ଗୁରୁତ୍ବ ଦେଇ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ କେମିତି ରଖିବେ ସେନେଇ ଦେବେ ପରାମର୍ଶ ।
ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କ୍ଲାସ ନେଇ 14 ଟି ବିନ୍ଦୁ ଉପରେ ବିଧାୟକ ଏବଂ ସାଂସଦ ମାନଙ୍କୁ ଦେଇଥିଲେ ଟିପ୍ସ ।ମନରେ ଗର୍ବ ଅହଂକାର ନରଖି ଗ୍ରାଉଣ୍ଡକୁ ଯାଇ କାମ କରିବାକୁ ଦେଇଥିଲେ ପରାମର୍ଶ । ତାଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଗୋଟିଏ ଗୋଟିଏ ସେସନ ନେଇଥିଲେ ।
ଆଜି ଶେଷ ଦିନରେ ରହିଛି ଚାରୋଟ ସେସନ ।