- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଆଦାନୀ ପ୍ରୀତିପାଇଁ ରାଉରକେଲାରେ ଆଦିବାସୀ ଯୁବକଙ୍କର ମୁଣ୍ଡ ଗଡ଼ିଲା- ଭକ୍ତ ଦାସ
ଭୁବନେଶ୍ବର: ରାଉରକେଲାରେ ଆଦାନୀର ବ୍ୟବସାୟୀକ ସାମ୍ରାଜ୍ୟର ବିସ୍ତାର ପାଇଁ ନୂଆ ରେଳ ଲାଇନ ପକାଯାଉଛି । ଏହି ରେଳଲାଇନ ଯେଉଁ ଅଂଚଳ ଦେଇ ଯାଉଛି ସେ ଅଂଚଳରର ବହୁ ଆଦିବାସୀ ପରିବାର ନିଜର ଜମି ହରାଉଛନ୍ତି । ଏହାକୁ ପ୍ରତିବାଦ କରି ଏ ରେଳ ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ବନ୍ଦ କରିବାପାଇଁ ବହୁ ଆଦିବାସୀ ବର୍ଗର ଯୁବକ ଯୁବତୀ ରାସ୍ତା ଉପରେ ଶୋଇ ଧାରଣା ଦେଇଥୁଲା ବେଳେ ସରକାରୀ ବାବୁ ମାନେ ଅତ୍ୟଧୂକ କ୍ରୋଧାନ୍ବିତ ହୋଇ ବୁଲଡଜରକୁ ଆଗକୁ ମାଡ଼ି ଯିବାପାଇଁ କହିବାଦ୍ୱାରା ଏଡ଼ୁଓ୍ୱାଡ ଏକାଙ୍କର ବୁଲଡଜରରେ ଚାପିଯିବା ଦ୍ୱାରା ତାଙ୍କର ମୃତ୍ୟୁ ହେଲା। ଏପର୍ଯ୍ୟନ୍ତ ମୃତ ଶରୀର ସେ ଯାଗାରୁ ମଧ୍ଯ ଉଠିନାହିଁ । ରାଜ୍ୟ ସରକାର ମୃତକଙ୍କ ପରିବାରବର୍ଗଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଅର୍ଥରାଶି ପ୍ରଦାନ କରିବା ସହିତ ତାଙ୍କ ପରିବାର ମଧ୍ଯରୁ ଜଣକୁ ସରକାରୀ ଚାକିରୀ ଦେବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦାବି କରିଛନ୍ତି । ସେ କହିଛନ୍ତି ବିକାଶର ଅର୍ଥ ବୁଲଡଜର ଲଗାଇ ଆଦିବାସୀଙ୍କୁ ମାରିବା କଥା କି ? ଯେପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ମାନଙ୍କର ମତ ସରକାର ଲୋଡ଼ି ନାହାନ୍ତି ରେଳ ଲାଇନ ବିଛାଇବା କାମକୁ ତୁରନ୍ତ ସୁଗିତ ରଖାଯାଉ । ରାଉରକେଲା ଅଂଚଳର ସମସ୍ତ କଂଗ୍ରେସ ନେତୃବୃନ୍ଦ ଏ ଘଟଣା ପ୍ରତି ତୀକ୍ଷଣ ନଜର ଦେବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।