- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଦାନୀ ପ୍ରୀତିପାଇଁ ରାଉରକେଲାରେ ଆଦିବାସୀ ଯୁବକଙ୍କର ମୁଣ୍ଡ ଗଡ଼ିଲା- ଭକ୍ତ ଦାସ
ଭୁବନେଶ୍ବର: ରାଉରକେଲାରେ ଆଦାନୀର ବ୍ୟବସାୟୀକ ସାମ୍ରାଜ୍ୟର ବିସ୍ତାର ପାଇଁ ନୂଆ ରେଳ ଲାଇନ ପକାଯାଉଛି । ଏହି ରେଳଲାଇନ ଯେଉଁ ଅଂଚଳ ଦେଇ ଯାଉଛି ସେ ଅଂଚଳରର ବହୁ ଆଦିବାସୀ ପରିବାର ନିଜର ଜମି ହରାଉଛନ୍ତି । ଏହାକୁ ପ୍ରତିବାଦ କରି ଏ ରେଳ ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ବନ୍ଦ କରିବାପାଇଁ ବହୁ ଆଦିବାସୀ ବର୍ଗର ଯୁବକ ଯୁବତୀ ରାସ୍ତା ଉପରେ ଶୋଇ ଧାରଣା ଦେଇଥୁଲା ବେଳେ ସରକାରୀ ବାବୁ ମାନେ ଅତ୍ୟଧୂକ କ୍ରୋଧାନ୍ବିତ ହୋଇ ବୁଲଡଜରକୁ ଆଗକୁ ମାଡ଼ି ଯିବାପାଇଁ କହିବାଦ୍ୱାରା ଏଡ଼ୁଓ୍ୱାଡ ଏକାଙ୍କର ବୁଲଡଜରରେ ଚାପିଯିବା ଦ୍ୱାରା ତାଙ୍କର ମୃତ୍ୟୁ ହେଲା। ଏପର୍ଯ୍ୟନ୍ତ ମୃତ ଶରୀର ସେ ଯାଗାରୁ ମଧ୍ଯ ଉଠିନାହିଁ । ରାଜ୍ୟ ସରକାର ମୃତକଙ୍କ ପରିବାରବର୍ଗଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଅର୍ଥରାଶି ପ୍ରଦାନ କରିବା ସହିତ ତାଙ୍କ ପରିବାର ମଧ୍ଯରୁ ଜଣକୁ ସରକାରୀ ଚାକିରୀ ଦେବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦାବି କରିଛନ୍ତି । ସେ କହିଛନ୍ତି ବିକାଶର ଅର୍ଥ ବୁଲଡଜର ଲଗାଇ ଆଦିବାସୀଙ୍କୁ ମାରିବା କଥା କି ? ଯେପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ମାନଙ୍କର ମତ ସରକାର ଲୋଡ଼ି ନାହାନ୍ତି ରେଳ ଲାଇନ ବିଛାଇବା କାମକୁ ତୁରନ୍ତ ସୁଗିତ ରଖାଯାଉ । ରାଉରକେଲା ଅଂଚଳର ସମସ୍ତ କଂଗ୍ରେସ ନେତୃବୃନ୍ଦ ଏ ଘଟଣା ପ୍ରତି ତୀକ୍ଷଣ ନଜର ଦେବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।