BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା : ଭକ୍ତ ଚରଣ ଦାସ୍

ସତ୍ୟର ବିଜୟ ହୋଇଛି - ପିସିସି ସଭାପତି

FMNEWS.IN 01-05-2025
Truth has triumphed - PCC President

ଭୁବନେଶ୍ୱର, ୦୧ ମଇ (FM News) - କେନ୍ଦ୍ର ସରକାର ଙ୍କ ୧୧ ବର୍ଷ ଶାସନ ପରେ ଆଜି ବିଜେପି ବାଧ୍ୟ୍ୟ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛନ୍ତି। ଦୀର୍ଘ ବର୍ଷ ଧରି ରାହୁଲ ଗାନ୍ଧୀ ଜାତି ଜନଗଣନା କରିବାକୁ ଦାବୀ କରିଆସୁଥିଲେ। ଲୋକସଭାରେ ସମ୍ବିଧାନକୁ ହାତରେ ଧରି ଯୁକ୍ତିଯୁକ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଜାତି ଜନଗଣନାର ଆବଶ୍ୟକ କଣ? କାହିଁକି ଏହାର ଆବଶ୍ୟକ ରହିଛି, ସେ ବାବଦରେ ମଧ୍ୟ ରାହୁଲ ଗାନ୍ଧୀ ଗୃହରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ। ସେତେବେଳେ ବିଜେପି ନେତା ରାହୁଲ ଗାନ୍ଧୀଙ୍କ ଯୁକ୍ତିକୁ ତୁଚ୍ଛ ବୋଲି କହୁଥିଲେ, କିନ୍ତୁ ଏବେ ସତ୍ୟର ବିଜୟ ହୋଇଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ କେବଳ ୪ ଜାତି କଥା କହୁଥିଲେ, କିନ୍ତୁ ରାହୁଲ ଗାନ୍ଧୀଙ୍କ ଯେଉଁଭଳି ନ ଡରି ଜାତି ଜନଗଣନା କରିବାକୁ ଦାବୀ କରୁଥିଲେ, ଶେଷରେ ବାଧ୍ୟ ହୋଇ ଅନିଚ୍ଛା ସ୍ୱତେ କେନ୍ଦ୍ର ସରକାର ଜାତି ଜନଗଣନା କାରିବାକୁ ଘୋଷଣା କରିଛନ୍ତି। ଆମେ ଏହାକୁ ସ୍ୱାଗତ କରୁଛୁ। କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ନ ରହୁ। ରାହୁଲ ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ବିଜୟ ପରେ ସେଠାରେ ଜାତି ଜନଗଣନାକୁ କାର୍ଯ୍ୟକାରୀ କରାଯାଇଥିଲା। ତେଲେଙ୍ଗାନା ମଡେଲକୁ କେନ୍ଦ୍ର ସରକାର ଅନୁଧ୍ୟାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ରାହୁଲ ଗାନ୍ଧୀ। ଜାତି ଜନଗଣନାର କାର୍ଯ୍ୟଧାରା ରୂପରେଖ କଣ ରହିବ ସେନେଇ କେନ୍ଦ୍ର ସରକାର ସ୍ପଷ୍ଟ ତଥ୍ୟ ଦେବାକୁ ଦାବୀ କରିଛନ୍ତି ରାହୁଲ ଗାନ୍ଧୀ।

ରାଜ୍ୟରେ ଓବିସିଙ୍କ ସଂଖ୍ୟା ୫୪ ପ୍ରତିଶତ କିନ୍ତୁ ରୋଜଗାରରେ ଓବିସି ବର୍ଗଙ୍କୁ ୧୧ ପ୍ରତିଶତ ସଂରକ୍ଷଣ ଦିଆଯାଉଥିବା ବେଳେ ଶିକ୍ଷାରେ ଶୂନ୍ୟ ପ୍ରତିଶତ ସଂରକ୍ଷଣ ଦିଆଯାଉଛି। ସେହିଭଳି ଏସସି- ଏସଟି ୪୦ ପ୍ରତିଶତ ହୋଇଥିବା ବେଳେ ରୋଜଗାର ୩୦ ପ୍ରତିଶତ ଏବଂ ଟେକ୍ନିକାଲ ଶିକ୍ଷାରେ ୨୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି। ଅନ୍ୟପଟେ ଜେନେରାଲଙ୍କ ସଂଖ୍ୟା ୬ ପ୍ରତିଶତ ଥିବାବେଳେ ତାଙ୍କୁ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ରଖାଯାଉଛି।