Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବରିଷ୍ଠଙ୍କ ମେଳି ଓ ବୟାନବାଜିକୁ ଟାର୍ଗେଟ କଲେ ଉମା ସାମନ୍ତରାୟ
FMNEWS.IN
13-04-2025
ଭୁବନେଶ୍ୱର, 13 ଏପ୍ରିଲ୍ - ବରିଷ୍ଠଙ୍କ ମେଳି ଓ ବୟାନବାଜିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ । ସେ କହିଛନ୍ତି ନିଜ ନିଜର ବକ୍ତବ୍ୟ ଦେଇ ଦଳ ଭିତରେ ସେମାନେ ଅଶାନ୍ତି ସୃଷ୍ଟି କରୁଛନ୍ତି । ଏହି ମେଳିରେ କିଛି ଫରକ ପଡ଼ିବ ନାହିଁ । ଦଳରେ ସମସ୍ତେ ଶୃଙ୍ଖଳିତ ଭାବେ ରହିବେ । ଯେଉଁମାନେ ପାଣ୍ଡିଆନ କଥା କହୁଛନ୍ତି ତାହା ବହୁତ ଖରାପ କଥା । ଦଳ ଭିତରେ ଗୋଟିଏ ନେତା ସେ ହେଉଛନ୍ତି ଆମ ସଭାପତି ନବୀନ ପଟ୍ଟନାୟକ । ଫାଇଭ-ଟିସଚିବ ଥିବା ବେଳେ ପାଣ୍ଡିଆନ ଦଳ ପାଇଁ ଅନେକ କାମ କରିଛନ୍ତି । ତେଣୁ କିଏ କାହାର କଣ ବ୍ୟକ୍ତିଗତ ମତକୁ ନେଇ ଦଳ ଚାଲି ପାରିବନାହିଁ ବୋଲି କହିଛନ୍ତି ଉମା ସାମନ୍ତରାୟ ।