Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବରିଷ୍ଠଙ୍କ ମେଳି ଓ ବୟାନବାଜିକୁ ଟାର୍ଗେଟ କଲେ ଉମା ସାମନ୍ତରାୟ
FMNEWS.IN
13-04-2025
ଭୁବନେଶ୍ୱର, 13 ଏପ୍ରିଲ୍ - ବରିଷ୍ଠଙ୍କ ମେଳି ଓ ବୟାନବାଜିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ । ସେ କହିଛନ୍ତି ନିଜ ନିଜର ବକ୍ତବ୍ୟ ଦେଇ ଦଳ ଭିତରେ ସେମାନେ ଅଶାନ୍ତି ସୃଷ୍ଟି କରୁଛନ୍ତି । ଏହି ମେଳିରେ କିଛି ଫରକ ପଡ଼ିବ ନାହିଁ । ଦଳରେ ସମସ୍ତେ ଶୃଙ୍ଖଳିତ ଭାବେ ରହିବେ । ଯେଉଁମାନେ ପାଣ୍ଡିଆନ କଥା କହୁଛନ୍ତି ତାହା ବହୁତ ଖରାପ କଥା । ଦଳ ଭିତରେ ଗୋଟିଏ ନେତା ସେ ହେଉଛନ୍ତି ଆମ ସଭାପତି ନବୀନ ପଟ୍ଟନାୟକ । ଫାଇଭ-ଟିସଚିବ ଥିବା ବେଳେ ପାଣ୍ଡିଆନ ଦଳ ପାଇଁ ଅନେକ କାମ କରିଛନ୍ତି । ତେଣୁ କିଏ କାହାର କଣ ବ୍ୟକ୍ତିଗତ ମତକୁ ନେଇ ଦଳ ଚାଲି ପାରିବନାହିଁ ବୋଲି କହିଛନ୍ତି ଉମା ସାମନ୍ତରାୟ ।