- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
- ବଜେଟ୍ ଗରିବ ବିରୋଧି : କଂଗ୍ରେସ
ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ଜାନୁଆରୀ ୦୫ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଳ୍ୟାଣ ସିଂହଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଶ୍ରୀ ପ୍ରଧାନ ସୋସିଆଲ୍ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ପଦ୍ମ ବିଭୂଷ ଶ୍ରଦ୍ଧେୟ କଳ୍ୟାଣ ସିଂହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେଇଥିବା ବେଳେ ଶାସନର ଏକ ନୂତନ ପରମ୍ପରାର ଆରମ୍ଭ କରିଥିଲେ, ଯେଉଁଠାରେ ଭୟ ଏବଂ ଦୁର୍ନୀତି ପାଇଁ କୌଣସି ସ୍ଥାନ ନଥିଲା। ତାଙ୍କ ନେତୃତ୍ୱ ଏକ ବିଶାଳ ବଟବୃକ୍ଷର ଭଳି ଥିଲା, ଯାହାର ଛାୟାରେ ବିଜେପି କେବଳ ଶକ୍ତିଶାଳୀ ହୋଇନି, ବରଂ ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ପାଖକୁ ପହଞ୍ଚି ପାରିଥିଲା। ରାମଜନ୍ମଭୂମି ଆନ୍ଦୋଳନରେ ତାଙ୍କ ଭୂମିକା ଐତିହାସିକ ଥିଲା, ଯାହାକୁ କେବେ ହେଲେ ଭୁଲା ଯାଇ ପାରିବ ନାହିଁ। ଦେଶ ଏବଂ ସମାଜ ପ୍ରତି ତାଙ୍କର ସମର୍ପଣ ଅତୁଟ ଥିଲା ଏବଂ ସେ କାର୍ଯ୍ୟକର୍ତ୍ତାଙ୍କ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ । ଏମିତି ମହାନ ବିଭୂତି ବାବୁଜୀଙ୍କୁ ତାଙ୍କ ଜୟନ୍ତୀରେ ଶତଶଃ ନମନ କରୁଛି।