BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା : ଭକ୍ତ ଚରଣ ଦାସ୍

କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା ଅହମଦାବାଦର ମେମନଗର ଅଞ୍ଚଳରେ ଗୁଡି ଉଡାଇଲେ

FMNEWS.IN 14-01-2025
Union Home Minister Amit Shah bursts firecrackers in Memnagar area of ​​Ahmedabad

ଅହମଦାବାଦ 14 ଜାନୁଆରୀ-ଗୁଜୁରାଟ ସମେତ ଦେଶର ଅନେକ ରାଜ୍ୟରେ ଉତ୍ତରାୟଣ ପର୍ବରେ ଗୁଡି ଉଡାଣର ବିଶେଷ ମହତ୍ତ୍ୱ ରହିଛି।ଅହମଦାବାଦ ତିନି ଦିନିଆ ଗ୍ରସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା ଏବଂ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଆଜି ମେମନଗର ଅଞ୍ଚଳ ସ୍ଥିତ ଶାନ୍ତି ନିକେତନ ଆପାର୍ଟମେଣ୍ଟରେ ପହଁଞ୍ଚିଥିଲେ,ଯେଉଁଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା ଗୁଡି ଉଡାଇଥିଲେ ଏବଂ ତାଙ୍କ ଧର୍ମପତ୍ନୀ ଲଟରୀ ଧରିଥିଲେ।ଅମିତଶାହା ଏବଂ ମୁଖ୍ୟମନ୍ତ୍ରୀ ଅନ୍ୟ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଶାନ୍ତି ନିକେତନ ଆପାର୍ଟମେଣ୍ଟର ଛାତରୁ ଗୁଡି ଉଡାଇ ଉତ୍ତରାୟଣ ପାଳନ କରିଥିଲେ।ଘାଟଲୋଡିୟା ପରେ ସାବରମତୀ ବିଧାନସଭାରେ ମଧ୍ୟ ତିନୋଟି ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ସହ ଗୁଡି ଉଡାଇବେ।ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ର ଗୃହମନ୍ତ୍ରୀ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରି ପୁଜାର୍ଚ୍ଚନା କରିବେ।ଦ୍ୱିପ୍ରହରରେ ରାଣୀପର ଆର୍ଯ୍ୟବିଳା ଆପାର୍ଟମେଣ୍ଟର ବାସିନ୍ଦାଙ୍କ ସହ ଗୁଡି ମହୋତ୍ସବରେ ଅଂଶଗ୍ରହଣ କରିବେ। ସେଠାରୁ ସେ ସାବରମତୀ ୱାର୍ଡ ସ୍ଥିତ ଅରହମ ଫ୍ଲାଟର ବାସିନ୍ଦାଙ୍କ ସହ ଗୁଡି ମହୋତ୍ସବରେ ଅଂଶଗ୍ରହଣ କରିବେ।