- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ତାଳଚେରରେ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ପରାକ୍ରମ ଶୋଭାଯାତ୍ରା ଦେଶପ୍ରୀତିର ନିଚ୍ଛକ ନିଦର୍ଶନ - ଧର୍ମେନ୍ଦ୍ର ପ୍ରଧାନ
ଶହୀଦ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ସାରା ବିଶ୍ୱ ଅପରେସନ ସିନ୍ଦୁର ଜରିଆରେ ଭାରତର ପରାକ୍ରମ ଓ ଶୌର୍ଯ୍ୟକୁ ଦେଖିଛି
ତାଳଚେର : ପରାକ୍ରମ ଶୋଭାଯାତ୍ରା ଦେଶପ୍ରୀତିର ନିଚ୍ଛକ ନିଦର୍ଶନ ବୋଲି ଶୁକ୍ରବାର ତାଳଚେରରେ ଆୟୋଜିତ ଏହି ଶୋଭାଯାତ୍ରାରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ନାଗରିକ ମଞ୍ଚ ତରଫରୁ ଆୟୋଜିତ ଏହି ପରାକ୍ରମ ଶୋଭାଯାତ୍ରା ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ଉପ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପହଞ୍ଚିବା ପରେ ଶ୍ରୀ ପ୍ରଧାନ ଶହୀଦ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି, ସାରା ବିଶ୍ୱ ଅପରେସନ ସିନ୍ଦୁର ଜରିଆରେ ଭାରତର ପରାକ୍ରମ ଓ ଶୌର୍ଯ୍ୟକୁ ଦେଖିଛି । ଏହି ପରାକ୍ରମ ଶୋଭାଯାତ୍ରା ଆମର ସୈନ୍ୟଶକ୍ତି ଓ ସାମରିକ ଶକ୍ତିର ପରାକାଷ୍ଠା ଏବଂ ଦେଶ ମାତୃକା ପ୍ରତି ଜନସାଧାରଣଙ୍କର ଥିବା ସମ୍ମାନକୁ ଦର୍ଶାଉଛି । ପରାକ୍ରମ ତଥା ତ୍ରିରଙ୍ଗା ଶୋଭାଯାତ୍ରା ମାଧ୍ୟମରେ ଦେଶ ଆଜି ଏକଜୁଟ ହୋଇଛି । ଅପରେସନ ସିନ୍ଦୁରର ସଫଳତା ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦେଶର ତିନି ସେନାର ବୀର ଯବାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।କେନ୍ଦ୍ରମନ୍ତ୍ରୀ ଙ୍କ ସହ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ବରିଷ୍ଠ ନେତା କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ |