Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାଜା ବଜାଇଲେ କେନ୍ଦ୍ରମନ୍ତ୍ରୀ
FMNEWS.IN
08-01-2025
ଭୁବନେଶ୍ୱର, 8 ଜାନୁଆରି:- ସମ୍ବଲପୁରୀ ବାଜା ତାଳେ ତାଳେ ନିଜେ ବାଜା ବଜାଇଲେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ କେ ଶୋଭା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ଆମ ଦେଶର ସମ୍ମାନ ବାହାର ଦେଶରେ ବଢାଇଛନ୍ତି ପ୍ରବାସୀ ଭାରତୀୟ। ବିଭିନ୍ନ କାର୍ଯ୍ୟରେ ସେମାନେ ନିୟୋଜିତ। ଶ୍ରମିକ ଠାରୁ ଆରମ୍ଭ କରି ବ୍ୟବସାୟ ପ୍ରତି କ୍ଷେତ୍ରରେ ସେମାନେ ବାହାର ଦେଶରେ କାର୍ଯ୍ୟ କରୁଛନ୍ତି। ଆମ ଦେଶରୁ ୩୭ ମିଲିୟନ ଲୋକ ବାହାରେ ଅଛନ୍ତି ।
ଯେଉଁମାନେ ୧୫୭ ମିଲିୟନ ୟୁଏସ ଡଲାର ପ୍ରତିବର୍ଷ ଭାରତକୁ ପଠାଉଛନ୍ତି।ଭାରତ ବିକାଶରେ ଏହା ଏକ ବଡ଼ ଅବଦାନ। ଭାରତ ସଂସ୍କୃତି ଓ କଳାର ପ୍ରଚାରକ ହେଉଛନ୍ତି ପ୍ରବାସୀ ଭାରତୀୟ। ତେଣୁ ଏହି ୩ ଦିନ ସେମାନଙ୍କ ପାଇଁ ଉତ୍ସବ ସହ।ଦେଶର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯାଇଛି। ପ୍ରଥମ ଥର ଓଡ଼ିଶାରେ ଏହାର ଆୟୋଜନ ହେଉଛି।ତେଣୁ ଭୁବନେଶ୍ୱର ଲୋକ ମାନେ ମଧ୍ୟ ଖୁସି। ପ୍ରସ୍ତୁତି ମଧ୍ୟ ବହୁତ ଭଲ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।