Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବାଜା ବଜାଇଲେ କେନ୍ଦ୍ରମନ୍ତ୍ରୀ
FMNEWS.IN
08-01-2025
ଭୁବନେଶ୍ୱର, 8 ଜାନୁଆରି:- ସମ୍ବଲପୁରୀ ବାଜା ତାଳେ ତାଳେ ନିଜେ ବାଜା ବଜାଇଲେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ କେ ଶୋଭା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ଆମ ଦେଶର ସମ୍ମାନ ବାହାର ଦେଶରେ ବଢାଇଛନ୍ତି ପ୍ରବାସୀ ଭାରତୀୟ। ବିଭିନ୍ନ କାର୍ଯ୍ୟରେ ସେମାନେ ନିୟୋଜିତ। ଶ୍ରମିକ ଠାରୁ ଆରମ୍ଭ କରି ବ୍ୟବସାୟ ପ୍ରତି କ୍ଷେତ୍ରରେ ସେମାନେ ବାହାର ଦେଶରେ କାର୍ଯ୍ୟ କରୁଛନ୍ତି। ଆମ ଦେଶରୁ ୩୭ ମିଲିୟନ ଲୋକ ବାହାରେ ଅଛନ୍ତି ।
ଯେଉଁମାନେ ୧୫୭ ମିଲିୟନ ୟୁଏସ ଡଲାର ପ୍ରତିବର୍ଷ ଭାରତକୁ ପଠାଉଛନ୍ତି।ଭାରତ ବିକାଶରେ ଏହା ଏକ ବଡ଼ ଅବଦାନ। ଭାରତ ସଂସ୍କୃତି ଓ କଳାର ପ୍ରଚାରକ ହେଉଛନ୍ତି ପ୍ରବାସୀ ଭାରତୀୟ। ତେଣୁ ଏହି ୩ ଦିନ ସେମାନଙ୍କ ପାଇଁ ଉତ୍ସବ ସହ।ଦେଶର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯାଇଛି। ପ୍ରଥମ ଥର ଓଡ଼ିଶାରେ ଏହାର ଆୟୋଜନ ହେଉଛି।ତେଣୁ ଭୁବନେଶ୍ୱର ଲୋକ ମାନେ ମଧ୍ୟ ଖୁସି। ପ୍ରସ୍ତୁତି ମଧ୍ୟ ବହୁତ ଭଲ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।