BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା : ଭକ୍ତ ଚରଣ ଦାସ୍

ଇଡି ଅଫିସ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ

FMNEWS.IN 19-04-2025
UP Youth Congress surrounds ED office

ଭୁବନେଶ୍ବର(FMNews):--ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ବର ସ୍ଥିତ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶ୍ରୀ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସର କର୍ମୀମାନେ ଏକ ଗ୍ୟାଲିରେ ଯାଇ ଇଡି ଅଫିସ ସମ୍ମୁଖରେ ଥିବା ପୋଲିସ ବାରିକେଡ ଭାଙ୍ଗିଥିଲେ । ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରାୟ ଦୁଇଘଂଟା ଧରି ଧସ୍ତାଧସ୍ତି ହୋଇଥିଲା । ଏହାପରେ ଯୁବ କଂଗ୍ରେସ କର୍ମୀମାନେ ଇଡି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଅବସରରେ ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ଇଡି ବିଜେପିର ଏକ ଛାମୁଆ ସଂଗଠନ ଭାବେ କାର୍ଯ୍ୟକରୁଛି । ଯେଉଁ ଅଣ କଂଗ୍ରେସ ଦଳର ନେତୃତ୍ବ ବିଜେପିର ଭ୍ରଷ୍ଟାଚାର, ଦୁର୍ନୀତି, ଦରଦାମ ବୃଦ୍ଧି, ମହିଳା ନିର୍ଯ୍ୟାତନା, ଚାଷୀ ପ୍ରସଙ୍ଗ ଓ ବେକାରୀ ସମସ୍ୟା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ସଂସଦ ଭିତରେ ଏବଂ ବାହାରେ ଶାଣିତ ସ୍ବର ଉତୋଳନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ମୋଦି ସରକାର ଅଗଣତାନ୍ତ୍ରିକ ଭାବେ ଇଡିର କାର୍ଯ୍ୟାନୁଷ୍ଠାନ ପ୍ରୟୋଗ କରୁଛନ୍ତି । ଲୋକସଭାର ବିରୋଧ ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଜୀ, ପୂର୍ବତନ କଂଗ୍ରେସ ଅଧ୍ଯକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଜୀ ଏବଂ କଂଗ୍ରେସ ନେତୃତ୍ୱଙ୍କ ବିରୁଦ୍ଧରେ ଇଡି ଯେଉଁ ଚାର୍ଜସିଟ ଦାଖଲ କରିଛି ଏହା ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ରାଜନୈତିକ ପ୍ରତିହିଂସା ପରାୟଣତାର ନଗ୍ନ ନମୂନା । ନ୍ୟାସନାଲ ହେରାଲ୍ଡ ଏବଂ ୟଙ୍ଗ ଇଣ୍ଡିଅ ମାମଲା ବିଜେପିର ଏକ ଚକ୍ରାନ୍ତମୂଳକ ପ୍ରସଙ୍ଗ। ଏଥୁରେ ଦୁର୍ନୀତି ବା ବା ଅର୍ଥ କାରବାରର ଚିହ୍ନବର୍ଣ୍ଣ ହିଁ ନାହିଁ । କେବଳ ରାହୁଲ ଗାନ୍ଧୀଙ୍କ ନେତୃତ୍ବକୁ ସହି ନପାରି ପ୍ରଧାନମନ୍ତ୍ରୀ ମୋଦି ଏହି ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛନ୍ତି । ବଦନାମ କରିବାପାଇଁ ଏଥିରେ ଷଡଯନ୍ତ୍ର ହୋଇଛି । ରାହୁଲ ଗାନ୍ଧୀଙ୍କ ଜନପ୍ରିୟତା, ଦୁର୍ନୀତି ବିରୋଧ ସ୍ବର ଏବଂ ଭାରତର ଅଖଣ୍ଡତା ରକ୍ଷାକରିବା ପାଇଁ ଦୁର୍ବାର ଆନ୍ଦୋଳନ ମୋଦିଙ୍କୁ ଭୟଭୀତ କରିଛି । ତେଣୁ ସେ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି । ରାଷ୍ଟ୍ରର ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଆଉ ନିରପେକ୍ଷ ନାହିଁ । ବିଶେଷ କରି ଇଡି ଆଉ ସିବିଆଇ ମୋଦିଙ୍କର ହତିଆର ସାଜିଛ। ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରଭାରୀ ମୁକେଶ ଦେଶମୁଖ କହିଥିଲେ ଯେ ଏ ଅନ୍ୟାୟ ବିରୁଦ୍ଧରେ ଯୁବ କଂଗ୍ରେସ ନୀରବ ରହିବ ନାହିଁ । ଯୁବ କଂଗ୍ରେସ ମୋଦି ସରକାରଙ୍କ ସେଚ୍ଛାଚାରିତା ସଂଗ୍ରାମ ଜାରି ରଖୁବ । ନ୍ୟାସନାଲ ହେରାଲ୍ସ ଯାହାକୁ ନେଇ ବିଜେପି ତୁମ୍ବିତୋଫାନ କରୁଛି ତାହା ସ୍ବାଧୀନତା ସଂଗ୍ରାମ ସମୟରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ୱର ଭାବେ କାର୍ଯ୍ୟ କରୁଥୁଲା । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଏହାକୁ ସ୍ଥାପନ କରିଥିଲେ । ଆଜି ଦୁର୍ନୀତିରେ ବୁଡ଼ି ଯାଇଥିବା ଏବଂ ଦେଶର ଅଖଣ୍ଡତାକୁ ଭାଙ୍ଗୁଥିବା ମୋଦି ସରକାର ନ୍ୟାସନାଲ ହେରାଲ୍ସ ଏବଂ ୟଙ୍ଗ ଇଣ୍ଡିଆ ପ୍ରସଙ୍ଗରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କର ହିଟଲରୀ ଶାସନର ତୀବ୍ର ନିନ୍ଦା କରିଥିଲେ I ମୋଦି ଶାସନ ବ୍ରିଟିଶ ଶାସନ ଠାରୁ ଆହୁରି ଭୟଙ୍କର ବୋଲି କହିଥିଲେ I ମୋଦିଙ୍କ ଫାସିବାଦ ବିରୁଦ୍ଧରେ ଯୁବକମାନେ ସ୍ୱର ଉତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ଵଜିତ ଦାଶ, ମନୋଜ ରାଉତ, ମନୋଜ ବିଶ୍ୱାଳ, ଅଭିଳାଷ ମାଣିଆ, ଉଦିତ ପ୍ରଧାନ, ସୁଦିପ ସାମଲ, ନିହାର ବେହେରା, ମହମ୍ମଦ ଗୁଲଫାମ, ଗୋପନ ମାର୍ଥା, ଅଭିଜିତ ଜେନା, ସ୍ବାଗତ କର, ରଜନୀ ମହାନ୍ତି, ଅଜୟ ସାହୁ, ବଟକୃଷ୍ଣ ରାଉତରାୟ, କୃଷ୍ଣ ମହାତ୍ତି, ଦୀପକ ମହାପାତ୍ର, ଅମରେଶ ପରିଡ଼ା, ଜାଭେଦ ଅକତର, ମହମ୍ମଦ ପରଭେଜ, ବଳରାମ ନନ୍ଦ, ଶିଳ୍ପଶ୍ରୀ ହରିଚନ୍ଦନ, ମନ୍ଦାକିନି ବଣୁଆ, ମଧୁସ୍ମିତା ଆଚାର୍ଯ୍ୟ, ଆଲୋକ ଦାସ, ମୋହନ ନାୟକ, ଅମିତ ଆଚାର୍ଯ୍ୟ, ଗଣେଶ ସାହୁ, ମହମ୍ମଦ ସାହେବ, ଅମିତ ଆହିର, ଅଙ୍କିତ ସାହୁ, ସୁରଜ ବେହେରା, ବିଶ୍ୱଜିତ ସ୍ୱାଇଁ, ବିଂରଚି ବାରିକ, ପବିତ୍ର ସେଠୀ ପ୍ରମୁଖ ଏହି ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।