- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ବିଜୟସାଇ ରେଡ୍ଡୀ
ନୂଆଦିଲ୍ଲୀ, 25 ଜାନୁଆରି - ରାଜନୈତିକ ଜୀବନରୁ ସନ୍ନ୍ୟାସ ନେବା ଘୋଷଣାର ଦିନକ ପରେ ଶନିବାର ୱାଇଏସଆରସିପି ନେତା ଭି ବିଜୟସାଇ ରେଡ୍ଡୀ ରାଜ୍ୟସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ରେଡ୍ଡୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ କୌଣସି ରାଜନୈତିକ ପାର୍ଟିରେ ସାମିଲ ହେଉନାହିଁ । ମୁଁ କୌଣସି ରାଜନୈତିକ ଫାଇଦା, ପଦ କିମ୍ବା ଆର୍ଥିକ ଫାଇଦା ପାଇଁ ଇସ୍ତଫା ଦେଇନାହିଁ । ଏହା ସଂପୂର୍ଣ୍ଣ ଭାବେ ମୋର ବ୍ୟକ୍ତିଗତ ନିଷ୍ପତି । ଏଥିପାଇଁ ମୋ ଉପରେ କୌଣସି ଚାପ କିମ୍ବା କୌଣସି ପ୍ରଭାବ ନାହିଁ । ରେଡ୍ଡୀ ଲେଖିଛନ୍ତି ଯେ, ସେ ୱାଇଏସଆରସିପି ପରିବାରର ରଣଦାତା ଅଟନ୍ତି, ଯିଏକି ମୋ ଉପରେ ଭରସା କରିଛନ୍ତି । ବିଜୟସାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବି ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଉଭୟ ନେତା 9 ବର୍ଷ ଯାଏ ସଂସଦରେ ତାଙ୍କୁ ଭରପୂର ସୁଯୋଗ ଦେଇଛନ୍ତି, ଯାହାଦ୍ୱାରା ତେଲୁଗୁ ଭାଷା ରାଜ୍ୟରେ ତାଙ୍କ ପରିଚୟ ସୃଷ୍ଟି ହୋଇଛି I