- 20 କୋଟିରୁ ଉର୍ଦ୍ଧ ଟଙ୍କାର ସାଇବର ଠକେଇରେ ସମ୍ପୃକ୍ତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ, 12 ଗିରଫ
- ମନରେଗା ନାମ ପରିବର୍ତ୍ତନ ପ୍ରତିବାଦରେ ପୁରୀ କଂଗ୍ରେସର ଗଣଧାରଣା
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
ବିଜେଡି ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ- ଦେବୀ ମିଶ୍ର
ଭୁବନେଶ୍ୱର, 14 ଏପ୍ରିଲ୍ ରାଜାଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ପ୍ରତିକ୍ରିୟା ରଖି କହିଛନ୍ତି ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇଆସିଛି । ଆଞ୍ଚଳିକ ଦଳ ଭାବେ ଆମେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନ ରହୁଛନ୍ତି । ରାଜାଙ୍କ ହାଇଜ୍ୟାକ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ହାଇଜ୍ୟାକ କଥା ସେ ଜାଣିଥିବେ । ହାଇଜ୍ୟାକ କଥା ସେ ବୁଝେଇ ପାରିବେ । ସେ ହାଇଜ୍ୟାକ କଥାଟା ବେଶି ଜାଣିଥିବେ। ତାଙ୍କର ସେ ବିଷୟରେ ଉପଲବ୍ଧି ଥିବ । ଆମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁତ ଅଭିଜ୍ଞତା ରହିଛି । ହାଇଜ୍ୟାକ କଥା ଯଦି କଣ ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ । ତାକୁ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରୁଛୁ । ସବୁ ବର୍ଗ ସବୁ ବ୍ୟକ୍ତିଙ୍କୁ ନେଇ କାମ ହେଉଛି ବୋଲି ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ।