- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜେଡି ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ- ଦେବୀ ମିଶ୍ର
ଭୁବନେଶ୍ୱର, 14 ଏପ୍ରିଲ୍ ରାଜାଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ପ୍ରତିକ୍ରିୟା ରଖି କହିଛନ୍ତି ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇଆସିଛି । ଆଞ୍ଚଳିକ ଦଳ ଭାବେ ଆମେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନ ରହୁଛନ୍ତି । ରାଜାଙ୍କ ହାଇଜ୍ୟାକ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ହାଇଜ୍ୟାକ କଥା ସେ ଜାଣିଥିବେ । ହାଇଜ୍ୟାକ କଥା ସେ ବୁଝେଇ ପାରିବେ । ସେ ହାଇଜ୍ୟାକ କଥାଟା ବେଶି ଜାଣିଥିବେ। ତାଙ୍କର ସେ ବିଷୟରେ ଉପଲବ୍ଧି ଥିବ । ଆମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁତ ଅଭିଜ୍ଞତା ରହିଛି । ହାଇଜ୍ୟାକ କଥା ଯଦି କଣ ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ । ତାକୁ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରୁଛୁ । ସବୁ ବର୍ଗ ସବୁ ବ୍ୟକ୍ତିଙ୍କୁ ନେଇ କାମ ହେଉଛି ବୋଲି ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ।