BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ନୂଆପଡ଼ାରେ ୪୦ ଭାଗ ଆଦିବାସୀ; ଅଥଚ ଆଇଟିଡିଏ ନାହିଁ: ଭକ୍ତ ଚରଣ ଦାସ୍

ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ

FMNEWS.IN 19-10-2025
Women are not safe in the capital - Women's Congress

ଭୁବନେଶ୍ୱର:- ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତୀଙ୍କ ନିର୍ଦ୍ଦେଶକ୍ରମେ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ଅପରାହ୍ନରେ କ୍ୟାପିଟାଲ ହସପିଟାଲ ଗସ୍ତ କରି ଗଣବଳାତ୍କାରର ଶିକାର ପୀଡ଼ିତାଙ୍କୁ ସାକ୍ଷାତ କରିବାପାଇଁ ହସିପିଟାଲ କତୃପକ୍ଷଙ୍କୁ କହିଥିଲେ । ମାତ୍ର ହସପିଟାଲ କତୃପକ୍ଷ ଏଠାରେ ସେଭଳି କେହି ମହିଳା ନାହାନ୍ତି ବୋଲି କହି ଫାଙ୍କି ଦେଇଥିଲେ । ସେହି ପୀଡ଼ିତାଙ୍କୁ ଭେଟିବାପାଇଁ ଦେଇନଥିଲେ । ମିହିଳା କଂଗ୍ରେସର ଟିମ୍ କ୍ୟାପିଟାଲ ହସପିଟାଲରେ ପୀଡ଼ିତାଙ୍କୁ ଭେଟିବାପାଇଁ ଯେତେ ସମ୍ଭବ ପ୍ରଚେଷ୍ଟା କଲେ ମଧ୍ୟ ହସପିଟାଲ ପକ୍ଷରୁ ସାଜିସ୍ କରି ପୀଡ଼ିତାଙ୍କୁ ସାକ୍ଷାତ କରାଇ ଦେଲେ ନାହିଁ ।

ମହିଳା କଂଗ୍ରେସ ପକ୍ଷରୁ ଏ ଘଟଣାକୁ ନେଇ କ୍ୟାପିଟାଲ ଥାନାକୁ ଯୋଗଯୋଗ କରାଯାଇଥିଲା । ମାତ୍ର କ୍ୟାପିଟାଲ ଥାନା ଅଧିକାରୀ କହିଥିଲେ ଯେ ପୀଡ଼ିତା କ୍ୟାପିଟାଲ ଥାନାରେ ଅଛି । କଣ ପାଇଁ ଘଟଣାକୁ ଲୁଚାଯାଉଛି ବୋଲି ମହିଳା କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଜଣେ ୧୭ ବର୍ଷର ନାବାଳିକା ଅଶୋକ ନଗର ଅଞ୍ଚଳରେ ଦରମରା ଅବସ୍ଥାରେ ପଡ଼ିଥିଲା ସେହି ମହିଳାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନାବାଳିକା ସହ ପାଶବିକ ଅତ୍ୟାଚାର କରାଯାଇଛି । ପୋଲିସ ଉଦ୍ଧାର କରିଥିବା ଖବର ଗଣମାଧ୍ୟମରେ ମିଳିଥିବା ବେଳେ ପୋଲିସ ପକ୍ଷରୁ କୁହାଯାଇଛି ଯେ ପୀଡ଼ିତା ନିଜେ କ୍ୟାପିଟାଲ ହସପିଟାଲ ଆସିଛି । ଏଣୁ ରାଜଧାନୀରେ ମହିଳା ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ବିଜେପି ମହିଳାମାନଙ୍କୁ ସୁରକ୍ଷିତ ରଖିବାପାଇଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲା ହେଲେ ଆଜି ମାଲକାନଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ଅସୁରକ୍ଷିତ ଅଛନ୍ତି । ଯେଉଁଠି ରାଜଧାନୀର ଅବସ୍ଥା ଏପରି ମାଲକାନଗିରିରୁ ମୟୁରଭଞ୍ଜ ମହିଳା କିପରି ଥିବେ ତାହା ଚିନ୍ତାର ବିଷୟ । ଏହି କାର୍ଯ୍ୟକ୍ରମରେ ଜୟଶ୍ରୀ ପଟ୍ଟନାୟକ, ସୁନିତା ବିଶ୍ୱାଳ, ଅମିତା ବିଶ୍ୱାଳ, ଶ୍ରେୟାସ୍ମିତା ପଣ୍ଡା, ଅମିଷା ସାମନ୍ତରାୟ ଅଂଶଗ୍ରହଣ କରିଥିଲେ ।