Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଦିବ୍ୟଜ୍ୟୋତି ପରିଡା ପୁରୀର ନୂଆ ଜିଲ୍ଲାପାଳ
FMNEWS.IN
23-07-2025
- ୩୦ ଦିନରେ ଜନତା ଦେଖିଲେ ତିନି ଜିଲ୍ଲାପାଳ
ପୁରୀ : ପୁରୀ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡା ଯୋଗ ଦେବେ। ସେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟରତ ଜିଲ୍ଲାପାଳ ଥିଲେ । ଜୁନ ୨୭ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା । ଗୁଣ୍ଡିଚା ଦିନ ନନ୍ଦିଘୋଷ ରଥ ଘୁଞ୍ଚି ପାରିଲା ନାହିଁ । ୨୮ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିଥିଲା । ୨୯ ତାରିଖ ଭୋର ୪ଟା ୨୦ରେ ତିନିରଥ ସମ୍ମୁଖରେ ଦଳାଚକଟା ଯୋଗୁ ତିନି ଜଣ ମୃତ୍ୟୁବରଣ କରିଥିଲେ । ସେହିଦିନ ପୁରୀର ଜିଲ୍ଲାପାଳ ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କ ବଦଳି ହୋଇଥିଲା । ୩୦ ତାରିଖ ଦିନ ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଓ ଏସପି ଭାବେ ପିନାକ ମିଶ୍ର ଯୋଗ ଦେଇଥିଲେ । ୨୨ ଦିନ ପରେ ଚଞ୍ଚଳ ରାଣାଙ୍କ ବଦଳି ହୋଇ ତାଙ୍କ ସ୍ଥାନରେ ଦିବ୍ୟଜ୍ୟୋତି ପରିଡା ଯୋଗ ଦେବା ପାଇଁ ରାଜ୍ୟସରକାର ନୋଟିଫିକେସନ କରିଛନ୍ତି । ୩୦ ଦିନ ଭିତରେ ପୁରୀ ଜନତା ତିନୋଟି ଜିଲ୍ଲାପାଳଙ୍କୁ ଦେଖିଛନ୍ତି।