- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ : ଘଟଣା ସ୍ଥଳରେ ଉତେଜନା, କ୍ଷତିପୂରଣ ଦାବି
ସମ୍ବଲପୁର, ୨୪ ଡିସେମ୍ବର - ଜମନକିରା ଥାନା ଫାଶୀମାଲ ପଂଚାୟତ ଦେହୁରୀଣି ମାଲ ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୩୨ ବର୍ଷୀୟ ଦୀପକ ଠାକୁର ପ୍ରାଣ ହରାଇବା ଘଟଣା ସମଗ୍ର ଗ୍ରାମରେ ଉତେଜନାର କାରଣ ପାଲଟିଛି। ଦୀପକ ଜଣେ ଦିନ ମଜୁରିଆ, କରି ପରିବାର ପୋଷଣ କରୁଥିବା ଭାବେ ସ୍ୱଳ୍ପ ରୋଜଗାରରେ ନିଜ ପରିବାର ତଥା ଦୁଇଟି ଶିଶୁ ଓ ପତ୍ନୀ ସହ ଦୁଃଖ ସୁଖରେ ଚଳି ଯାଉଥିଲେ । ସୂଚନାନୁଯାୟୀ ଗ୍ରାମର ଆଶିଷ ପଟେଲ ନାମକ ଜନୈକ ବ୍ୟକ୍ତିଙ୍କ ନମ୍ବର ବିହୀନ ଟ୍ରାକ୍ଟର ନେଇ ଦୀପକ ବିଲକୁ ଯାଉଥିବା ବେଳେ ହଠାତ୍ ଦୂର୍ଘଟଣାର ଶୀକାର ହୋଇଥିଲା । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦୀପକ ଟ୍ରାକ୍ଟର ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ପ୍ରଥମତଃ ଦୀପକ ଗାଡି ଚଳାଇ ଜାଣି ନ ଥିବା ବେଳେ ଗାଡି ମାଲିକ କିପରି ତାକୁ ଗାଡି ଦେଲେ ? ଏହି ଦୁର୍ଘଟଣା ପରେ ପରେ ତୁରନ୍ତ ଦୀପକଙ୍କୁ ଫାଶୀମାଲ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟ ଯାଂଚ ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଦୀପକଙ୍କ ମୃତ୍ୟୁ ଖବର ଜାଣିବା ପରେ ଗ୍ରାମରେ ତୀବ୍ର ଉତେଜନା ଦେଖା ଦେଇଥିଲା । ଦୀପକଙ୍କ ପରିବାର ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ସହିତ କ୍ଷତିପୂରଣ ପାଇଁ ଲୋକେ ଦାବି କରିଥିଲେ । ଜମନକିରା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଛେଦ ପାଇଁ ପଠାଇବା ପରେ ଦୁର୍ଘଟଣା ହୋଇଥିବା ଟ୍ରାକ୍ଟର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।