- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
ଗାଁ'ରେ ହାତୀ ଆତଙ୍କ, ସନ୍ଧ୍ୟା ପରଠୁ ପଡିଯାଉଛି ତାଟି କବାଟ
ସମ୍ବଲପୁର, ୨୨ ଡିସେମ୍ବର - ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଜମନକିରା ରେଞ୍ଜ ଅଧିନସ୍ଥ ବନ୍ଧପାଲି ବିଟ୍ ଅଞ୍ଚଳରେ ଏବେ ବଣୁଆ ହାତୀପଲଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି l ବନ ବିଭାଗ ପକ୍ଷରୁ ରୁଗଣ ହାତୀ ଘଉଡ଼ାଇବା ପ୍ରୟାସ ଜାରି ରହିଥିଲେ ମଧ୍ଯ ଲୋକେ ବନବିଭାଗ ଉପରେ ଭରସା କରିନପାରି ସନ୍ଧ୍ଯା ପରେ ହାତୀ ଭୟରେ ଘରର ତାଟି କବାଟ ପକାଇ ଲୋକେ ପଦାକୁ ବାହାରୁନଥିବା ଦେଖିବାକୁ ମିଳୁଛି l
ସୂଚନା ମୁତାବକ, ଗତ ୧୫ ଦିନ ହେବ ଜମନକିରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁଚୁଆ, କତରକେଳା, ଗଣ୍ଡା ଜାମୁମାଲ, ବନ୍ଦପାଲି ସହ ଆଖପାଖ ଗ୍ରାମରେ କିଛି ବଣୁଆ ହାତୀ ଆସି ଚାଷୀଙ୍କ ଅନେକ ଫସଲ ନଷ୍ଟ କରିବା ସହ ଘରଦ୍ବାର ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି l ଶନିବାର ସଂହାରାପଡାରେ ଏକ ଦନ୍ତା ହାତୀ ପଶି ଆସି ଫୁଲା ସିଂ ଓ ବୀରେନ୍ଦ୍ର ସିଂ ଙ୍କ ଘର ଭାଙ୍ଗି ଚାଉଳ, ଧାନ ଖାଇ ଯାଇଥିବା ଦେଖିବାକୁ ମିଳିଛି l ପ୍ରତ୍ୟେକ ଦିନ ସନ୍ଧ୍ଯାରେ ହାତୀ ପଲ ଗ୍ରାମକୁ ପଶି ଆସୁଥିବା ଯୋଗୁଁ ଏବେ ଗ୍ରାମବାସୀ ଘରୁ ବାହାରୁନାହାନ୍ତି । ଧର୍ମକୁ ଆଖିଠାର ମାରିବା ସଦୃଶ୍ୟ ବନ ବିଭାଗ ପକ୍ଷରୁ ମଧ୍ଯ ହାତୀ ଘଉଡ଼ାଇବା ପ୍ରୟାସ ଜାରି ରହିଛି l କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବାପାଇଁ ସାଧାରଣରେ ଦାବି ହେଉଛି l