Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବଢୁଛି ହାତୀ ଉପଦ୍ରବ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ
FMNEWS.IN
25-12-2024
ସମ୍ବଲପୁର, ୨୫ ଡିସେମ୍ବର ବନ୍ୟପ୍ରାଣୀ ଜମନକିରା ରେଞ୍ଜ ଅଂଚଳରେ ଏବେ ହାତୀ ଉପଦ୍ରପ ଲଗାତାର ବଢ଼ି ଚାଲିଥିବାବେଳେ ଲୋକଙ୍କ ମନରେ ଅଜଣା ଆଶଙ୍କା ଦେଖିବାକୁ ମିଳିଛି। ଜମନକିରା ବ୍ଲକର ଗୁଣ୍ଡୁରୁଚୁଆ ଅଂଚଳରେ ଗତ କିଛିଦିନ ତଳେ ହାତୀ ଦୁଇ ଜଣକ ଘର ଭାଙ୍ଗି ଧାନ ଖାଇଯାଇଥିବା ବେଳେ ଗତ ରାତି ଫୁଲକୁସମ ଚାଇନୁ ପଡ଼ା ଓ କଟଙ୍ଗପାଣି ଟିକପଡ଼ା ଗ୍ରାମର ସୁସାଣି ମୁଣ୍ଡା, ପୌଲାସ ମୁଣ୍ଡା, ସୁକାନ୍ତି ପ୍ରଧାନ, ବାୟା ବୀର, ଘନୁଙ୍କ ଘର ଭାଙ୍ଗି ଧାନ ଖାଇଯାଇଥିବା ଅଭିଯୋଗ ହୋଇଛି। ଏହି ଖବର ବନବିଭାଗ ଜାଣିବାପରେ ତୁରନ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି କ୍ଷୟକ୍ଷତି ଅକାଳନ କରିଥିବା ଜଣାପଡ଼ିଛି। ସେହିପରି ବଡ଼ମାଳ ପଂଚାୟତ ଲଦ୍ରୋପାଳର ମଜନୁ ମୁଣ୍ଡା ଘର ଓ ରାଉତପଡ଼ାର ରାମଚନ୍ଦ୍ର ସିଂଙ୍କ ବାଡ଼ିକୁ ପଶି ଅଧ ଏକରରୁ ଅଧିକ ପନିପରିବା ଫସଲ ନଷ୍ଟ କରିଚାଲିଯାଇଥିବା ଅଭିଯୋଗ ହୋଇଛି। ତୁରନ୍ତ ବିଭାଗ ପକ୍ଷରୁ କ୍ଷତିପୂରଣ ପାଇଁ ଦାବୀ ହେଉଛି।