BIG NEWS
ଓଡ଼ିଶାରେ ଶ୍ରମିକମାନଙ୍କ କାର୍ଯ୍ୟସମୟ ଆଠ ଘଣ୍ଟାରୁ ୧୦ଘଣ୍ଟା ବୃଦ୍ଧି ନିଷ୍ପତ୍ତିକୁ ଏଆଇଟିୟୁସିର ବିରୋଧ
ଆଫଗାନିସ୍ଥାନ ଶାନ୍ତି ଚାହୁଁଛି, ଯଦି ପାକିସ୍ଥାନ ରାଜି ନ ହୁଏ ତେବେ ଅନ୍ୟ ବିକଳ୍ପ ଉପଲବ୍ଧ : ବୈଦେଶିକ ମନ୍ତ୍ରୀ ମୁତାକି
ଶାରଦୀୟ ଉତ୍ସବରେ ବେଲୁନ ବିକାଳୀ ହତ୍ୟା ମାମଲା ଉପଖଣ୍ଡ ପୋଲିସ ତଦନ୍ତ ହେଲାକି ବାଟବଣା, ଅନ୍ୟ ତିନି ସଂପୃକ୍ତ ଗଲେ କୁଆଡ଼େ
ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ

ଜିଲ୍ଲାସ୍ତରୀୟ କୃଷି ଯାନ୍ତ୍ରୀକରଣ ମେଳା, କୃଷକ ମେଳା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪-୨୫ ର ଉଦ୍ଘାଟନ

FMNEWS.IN 22-12-2024
Krishak mela at Sambalpur inaugurated

ସମ୍ବଲପୁର- ଜିଲ୍ଲାସ୍ତରୀୟ କୃଷି ଯାନ୍ତ୍ରୀକରଣ ମେଳା,କୃଷକ ମେଳା,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪-୨୫ ର ଉଦଦ୍ଘାଟନ ହୋଇଯାଇଛି, ଯାହା ୨୧ ଡିସେମ୍ବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ବିଧାୟକ, ସମ୍ବଲପୁର ଜୟନାରାୟଣମ ମିଶ୍ର, ଜିଲ୍ଲାପାଳ, ସମ୍ବଲପୁର ସିଦ୍ଧେଶ୍ଵର ବଳିରାମ ବୋନ୍ଦର,(ଆଇ.ଏ.ଏସ), ସମ୍ବଲପୁର ମହାନଗର ନିଗମ ର କମିଶନର ବେଦଭୂଷଣ(ଆଇ.ଏ.ଏସ), ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସମ୍ବଲପୁର ହେମନ୍ତ ଜେନା, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ସମ୍ବଲପୁର ପୁରୁଷୋତ୍ତମ ମିଶ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ, ସମ୍ବଲପୁର ତୁଷାର ରଞ୍ଜନ ଦିପ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ହିମାଂଶୁ ଶେଖର ସାହୁ, କୃଷି ମହାବିଦ୍ୟାଳୟ ଡିନ ଡ. କୈଳାଶ ଚନ୍ଦ୍ର ସାମଲ, କୃଷି ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ସମନ୍ୱିତ ମେଳା ରେ ମାନ୍ୟବର ବିଧାୟକ, ସମ୍ବଲପୁର ଶ୍ରୀ ଜୟନାରାୟଣମ ମିଶ୍ର ଯୋଗ ଦେଇ କହିଥିଲେ,କେବଳ ଧାନ ଚାଷ ରେ ସୀମିତ ନରହି ଅନ୍ୟ ଶସ୍ଯ, ପନିପରିବା ଚାଷ, ପଶୁପାଳନ କ୍ଷେତ୍ର ରେ ବ୍ୟାପକ ଉନ୍ନତି କରି ଅର୍ଥନୀତି କୁ ସୃଦୃଢ କରିବାକୁ କହିଥିଲେ। ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ)ମେଳା ରେ ଯୋଗ ଦେଇ କୃଷିରେ ଆଧୁନିକ ଯାନ୍ତ୍ରୀକରଣର ଏବଂ ସରକାର ଙ୍କ ଦ୍ଵାରା ଯୋଗାଇଦିଆ ଯାଉଥିବା କୃଷି ଉପରେ ଆଧାରିତ ବହୁମୂଖୀ ଯୋଜନା ର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ ଏବଂ କହିଥିଲେ ଚାଷ କ୍ଷେତ୍ର ରେ ଉତ୍ପାଦନ କୁ ଦୁଇ ରୁ ତିନି ଗୁଣ ବୃଦ୍ଧି କରାଇବାକୁ ହେଲେ କୃଷି କ୍ଷେତ୍ର ରେ ଉନ୍ନତି ଆଣିବାକୁ ହେବ ସେଥିପାଇଁ କୃଷି ଯାନ୍ତ୍ରୀକରଣ ରେ ଆଧୂନିକୀକରଣ କରାଯାଉଛି, ସରକାର ଙ୍କ ତରଫରୁ ବହୁ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।କୃଷି କ୍ଷେତ୍ର ରେ ସମ୍ବଲପୁର କୁ ସୃଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗୀ ଯୋଜୋନ ଆଦି ର ଲାଭ ଉଠାଇବା ପାଇଁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ।

ଓଡିଶା ସରକାର ଏହି ମେଳା ଆୟୋଜନ କରି କୃଷକମାନଙ୍କ ମଧ୍ୟରେ ଚାଷ ଯାନ୍ତ୍ରିକକରଣର ସମସ୍ତ ଯୋଜନା ଉପରେ ସଚେତନତା ସୃଷ୍ଟି କରାଇବା ସହିତ କୃଷି ଯନ୍ତ୍ର ଉତ୍ପାଦନକାରୀଙ୍କୁ, କୃଷକ, ଏସ.ଏଚ.ଜି, କୃଷି ବିତରଣକାରି କମ୍ପାନୀ ମାନଙ୍କୁ ଏବଂ କୃଷି ଅନୁସାହାୟକ ବିଭାଗ ଗୁଡିକୁ ଏକ ସାଧାରଣ ପ୍ଲାଟଫର୍ମ ଯୋଗାଇଦେବା ର ଲକ୍ଷ ରଖିଛି । ଏହି ସମନ୍ୱିତ ମେଳା ରେ ପ୍ରାୟ ୯୦ ଟି ସ୍ଟଲ ଖୋଲା ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ Dhankauda ବ୍ଲକ ର ଶ୍ରୀ ନୀଳାଞ୍ଚଳ ଛୁରିଆ (କୃଷି ), ସତ୍ୟନାରାୟଣ ପ୍ରଧାନ (ଉଦ୍ୟାନ କୃଷି ), ଶ୍ରୀମତି ମୈଥିଳି ଭୁଏଁ (ସ୍ୱୟଂ ସହାୟକ ଗୋଷ୍ଠୀ ), ନରେଶ ନାଏକ (କୃଷକ ସାଥି ) ଓ କୁଚିଣ୍ଡା ବ୍ଲକ ର ଶ୍ରୀ ସଦାଶିବ ଭୋଇ (କୃଷି ), ଶିବଶଙ୍କର ନାୟକ (ଉଦ୍ୟାନ କୃଷି ), ତୁଷାରକାନ୍ତ ନାଏକ (କୃଷକ ସାଥି ), ମା ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ରେଢ଼ାଖୋଲ ବ୍ଲକ ର ଶ୍ରୀ ଅଜିତ କୁମାର ବେହେରା (କୃଷକ ସାଥି ), ଦେବାଶିଷ ରଣା (ଉଦ୍ୟାନ କୃଷି ), ମା ବୈଷ୍ଣଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ, ଦିଲୀପ କୁମାର ମହାକୁଡ଼ (କୃଷି ) ମାନଙ୍କୁ ସମ୍ବର୍ଦ୍ଧନ କରାଗଲା ।