- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ଗ୍ରାମାଞ୍ଚଳରେ ଅବାଧ ଦେଶୀ ମଦ କାରବାର
ସମ୍ବଲପୁର, ୨୨ ଡିସେମ୍ବର :ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକରେ ଦେଶୀ ମଦର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ପାନ ଦୋକାନ, ହୋଟେଲ ଭଳି ଜନଗହଳିପୂର୍ଣ ସ୍ଥାନରେ ଏହା ବେଆଇନ୍ ଭାବେ ବିକ୍ରି ହେଉଥିଲେ ହେଁ ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିବା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି।
ସୂଚନା ମତେ, ଜମନକିରା ବ୍ଲକ ଭିତରେ ୨ଟି ସରକାରୀ ସ୍ବୀକୃତିପ୍ରାପ୍ତ ଦେଶୀ ମଦ ତିଆରି ଦୋକାନ ରହିଛି ଓ ୪ଟି ଦେଶୀ ମଦ ବିକ୍ରି ଦୋକାନ ରହିଛି। ଯାହାକି ସରକାରୀ ନିୟମରେ ପରିଚାଳିତ ହୋଇଥାଏ। କିନ୍ତୁ, ଗ୍ରାମାଞ୍ଚଳରେ କୌଣସି ସ୍ବୀକୃତିପ୍ରାପ୍ତ ତଥା ଲାଇସେନ୍ସ ଦେଶୀ ମଦ ଦୋକାନ ନଥିବା ବେଳେ କେଉଁଠୁ ଦେଶୀ ମଦ ଆସୁଛି ଯେ ପ୍ରତି ଗାଁ ଗଣ୍ଡାରେ ଦେଶୀ ମଦ ମିଳୁଥିବା ପ୍ରତିୟମାନ ହେଉଛି। କିଭଳି ଭାବରେ ଗ୍ରାମାଞ୍ଚଳରେ ଦେଶୀ ମଦ ପ୍ରବେଶ କରୁଛି ଓ ଅବାଧରେ ବିକ୍ରି ହେଉଛି ତାହା ସନ୍ଦେହ ସୃଷ୍ଟି କରୁଛି । ପୁଣି ଦେଶୀ ମଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲାଣ ହେଉଥିଲେ ମଧ୍ୟ କାହାର ନଜର ନାହିଁ । ଅନାୟାସରେ ଓ ସହଜରେ ଏହି ଦେଶୀ ମଦ ଆସି ପାରୁଥିବାରୁ ବିକ୍ରେତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଅନ୍ୟ ପଟେ ସହଜରେ ମଦ ଉପଲବ୍ଧ ହେଉଥିବାରୁ ଯୁବପିଢ଼ି ଏହା ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ସ୍ଥାନ ମାନଙ୍କରେ ବସି ନିଶା ସେବନ କରୁଛନ୍ତି। ରାସ୍ତା କଡ, ଗାଧୁଆ ଘାଟ, ଅଫିସ କାର୍ଯ୍ୟାଳୟ ପାଖରେ ପଡି ରହୁଥିବା ଖାଲି ମଦ ପାଉଚ ଜରି ମଦର ପ୍ରାବଲ୍ୟତାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଏହାର କୁପରିଣାମ ସ୍ବରୂପ ଅନେକ ପରିବାରରେ ଆର୍ଥିକ ଅନାଟନ ଓ ଅଶାନ୍ତିର ବାତାବରଣ ଦେଖା ଦେଉଛି। ଏଥିସହ ଅସାମାଜିକ କାର୍ଯ୍ୟ ଗୁଡ଼ିକ ମଧ୍ଯ ଘଟୁ ଥିବାର ଦେଖା ଦେଉଛି। ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଯାଞ୍ଚ କରି ପଦକ୍ଷେପ ନେବାକୁ ସଚେତନ ମହଲରେ ଦାବି ହେଉଛି।