BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

“ଦି ସାଗା ଅଫ୍ କୁଦୋପାଲି”କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

FMNEWS.IN 31-12-2024
Union Minister Dharmendra Pradhan launches

(FMNews): ସମ୍ବଲପୁର - ନେସନାଲ ବୁକ୍ ଟ୍ରଷ୍ଟ (ଏନ୍ବିଟି) ପକ୍ଷରୁ ପ୍ରକାଶିତ ପୁସ୍ତକ ଦି ସାଗା ଅଫ୍ କୁଦୋପାଲି ଉନ୍ମୋଚିତ ହୋଇଛି । ସ୍ଥାନୀୟ ତପସ୍ୱିନୀ ଜିଲ୍ଳା ପ୍ରେକ୍ଷାଳୟ ଠାରେ ଏକ ସଭାରେ ମୁଖ୍ୟଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଇତିହାସ ପୁସ୍ତକକୁ ଉନ୍ମୋଚନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦୁର୍ଦ୍ଦଷ ଇଂରେଜମାନଙ୍କ ଅତ୍ୟାଚାର ସହିତ ହଜାର ବର୍ଷର ପରାଧୀନତାର କାଳଖଣ୍ଡରୁ ଦେଶ ମୁକ୍ତ ହୋଇଥିଲା । ଏହି ମହାସଂଗ୍ରାମରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଭୂମିକା ଓ ପ୍ରେରଣାଦାୟୀ ସ୍ୱାଧୀନତା ସଂଗ୍ରାମର କାହାଣୀ ଲୁଚି ରହିଛି । ୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ ସମ୍ବଲପୁରର କୁଦୋପାଲିରେ ଇଂରେଜମାନଙ୍କ ସହିତ ଯୁଦ୍ଧ କରି ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ସହିଦ ହୋଇଥିଲେ । ଏହା ଭାରତୀୟ ସଂଗ୍ରାମ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା । ଆଗାମୀ ଦିନରେ ଏହି ପୁସ୍ତକକୁ ୧୦ଟି ଭାଷାରେ ସଂସ୍କରଣ ପ୍ରକାଶ କରିବାକୁ କେନ୍ଦ୍ରମନ୍ତ୍ରୀ କହିଥିଲେ । ସମ୍ବଲପୁରରେ ହୋଇଥିବା କ୍ରାନ୍ତିର ୨ଶହ ବର୍ଷ ପାଳନ ଅବସରରେ ଏହି ପୁସ୍ତକ ଉଚିତ୍ ଅବସର ଆଣି ଦେଇଛି ବୋଲି କହିଥିଲେ । ବିଧାୟକ ଜୟନାରାୟଣ ମିଶ୍ର, ଆଇଆଇଏମ୍ର ନିର୍ଦ୍ଦେଶକ ମହାଦେଓ ଜୟସ୍ୱାଲ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ବିଧୁଭୂଷଣ ମିଶ୍ର, ଆଇଜି ହିମାଂଶୁ ଲାଲ, ଆର୍ଡିସି ସଚିନ ରାମଚନ୍ଦ୍ର ଯାଦବ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର, ଏସ୍ପି ମୁକେଶ ଭାମୁ ପ୍ରମୁଖ ଉପସ୍ଥିତ ଥିଲେ । ଇତିହାସ ଗବେଷକ ତଥା ଲେଖକ ଦୀପକ ପଣ୍ଡା ସ୍ୱାଗତ ଭାଷଣ ଦେଲେ । କୁଦୋପାଲିର ଐତିହାସି ସଂଗ୍ରାମକୁ ଲୋକଲୋଚନକୁ ଆଣିବାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଭୂମିକା ଏବଂ ଏହି ପୁସ୍ତକର ପରିପ୍ରକାଶ ଉଲ୍ଲେଖନୀୟ । ଏହି ଯୁଦ୍ଧରେ ୫୩ ଜଣ ଇଂରେଜ ଗୁଳିରେ ସହିଦ ହୋଇଥିବା ବେଳେ ୪ ଜଣ ଫାଶିଖୁଣ୍ଟରେ ଝୁଲିବା ଘଟଣା ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ବିରଳ ଘଟଣା ବୋଲି ସେ କହିଥିଲେ । ଆଜି ବୀର ସୁରେନ୍ଦ୍ର ସାଏ ସ୍ମୃତି କମିଟି ପକ୍ଷରୁ ସମ୍ବଲପୁରରେ ଏକ ପଦଯାତ୍ରା ସହିତ କୁଦୋପାଲି ପାହାଡ଼ ଓ ସହିଦ ସ୍ତମ୍ଭରେ ସଭା କରାଯାଇଥିଲା ।