Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଆସାମର ଓମରାଂଗ୍ସୁ କୋଇଲା ଖଣିରୁ ସୁରକ୍ଷିତ ଭାବେ 10 ଶ୍ରମିକ ଉଦ୍ଧାର, ଏବେ ବି ଫସିଛନ୍ତି ଅନେକ
FMNEWS.IN
07-01-2025
ଡିମା ହସାଓ, 7 ଜାନୁଆରି:- ଆସାମର ଓମରାଂଗ୍ସୁ କୋଇଲା ଖଣିରୁ ଏବେ ସୁଦ୍ଧା 10ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରଶାସନ ଅନୁସାରେ 10ରୁ ଅଧିକ ଶ୍ରମିକ ଏବେ ବି ଖଣିରେ ଫସିରହିଛନ୍ତି । ଏସଡିଆରଏଫ, ଏନଡିଆରଏଫ ଓ ଭାରତୀୟ ସେନାର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ଡିମା ହାସାଓ ସ୍ୱାୟତ ପରିଷଦର ମୁଖ୍ୟ କାର୍ଯ୍ୟକାରୀ ଦେବୋଲାଲ ଗାର୍ଲୋସାଙ୍କ ପତ୍ନୀ କନିକା ଗାର୍ଲୋସା ଖଣି ସଂଚାଳନରେ ଜଡିତ ଅଛନ୍ତି । ଅଧିକାରୀଙ୍କ ମୁତାବକ ରେସକ୍ୟୁ ଅଭିଯାନ ଜାରି ରହିଛି ଏବଂ ସମସ୍ତ ଶ୍ରମିକଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ବୋଲି କୁହାଯାଉଛି ।