Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆସାମର ଓମରାଂଗ୍ସୁ କୋଇଲା ଖଣିରୁ ସୁରକ୍ଷିତ ଭାବେ 10 ଶ୍ରମିକ ଉଦ୍ଧାର, ଏବେ ବି ଫସିଛନ୍ତି ଅନେକ
FMNEWS.IN
07-01-2025
ଡିମା ହସାଓ, 7 ଜାନୁଆରି:- ଆସାମର ଓମରାଂଗ୍ସୁ କୋଇଲା ଖଣିରୁ ଏବେ ସୁଦ୍ଧା 10ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରଶାସନ ଅନୁସାରେ 10ରୁ ଅଧିକ ଶ୍ରମିକ ଏବେ ବି ଖଣିରେ ଫସିରହିଛନ୍ତି । ଏସଡିଆରଏଫ, ଏନଡିଆରଏଫ ଓ ଭାରତୀୟ ସେନାର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ଡିମା ହାସାଓ ସ୍ୱାୟତ ପରିଷଦର ମୁଖ୍ୟ କାର୍ଯ୍ୟକାରୀ ଦେବୋଲାଲ ଗାର୍ଲୋସାଙ୍କ ପତ୍ନୀ କନିକା ଗାର୍ଲୋସା ଖଣି ସଂଚାଳନରେ ଜଡିତ ଅଛନ୍ତି । ଅଧିକାରୀଙ୍କ ମୁତାବକ ରେସକ୍ୟୁ ଅଭିଯାନ ଜାରି ରହିଛି ଏବଂ ସମସ୍ତ ଶ୍ରମିକଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ବୋଲି କୁହାଯାଉଛି ।