BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

୧୫ତମ ଓଡ଼ିଶା ପରିବେଶ କଂଗ୍ରେସ ଉଦଘାଟିତ

FMNEWS.IN 22-12-2024
15th Odisha Environment Congress inaugurated

ଭୁବନେଶ୍ଵର :ଓଡ଼ିଶା ପରିବେଶ କଂଗ୍ରେସ ର ୨୫ ତମ ଅଧିବେଶନ ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉଦ୍ଘାଟିତ ହୋଇ ଯାଇଛି l ପରିବେଶ ଓ ଉପକୂଳ ବିଷୟ ବସ୍ତୁ ଉପରେ ଆୟୋଜିତ ଏହି ତିନି ଦିନର ସମ୍ମିଳନୀ କୁ ଉଦ୍ଘାଟନ କରି ଜଳ ପୁରୁଷ ଡ ରାଜେନ୍ଦ୍ର ସିଂହ କହିଲେ ଯେ ସମୁଦ୍ର ଉପକୂଳ ର ସୁରକ୍ଷା ନଦୀ ଗୁଡ଼ିକର ସ୍ବାସ୍ଥ୍ୟ ସହିତ ଘନିଷ୍ଟ ଭାବରେ ଜଡ଼ିତ l ଆମର ପାରମ୍ପରିକ ଜ୍ଞାନ କୌଶଳ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ର ସମିଶ୍ରଣରେ ଦୀର୍ଘ ମିଆଦୀ ଯୋଜନା ନକଲେ ନଦୀ ଓ ସାମୁଦ୍ରିକ ବେଳାଭୂମି ର ସୁରକ୍ଷା ସମ୍ଭବ ହେବ ନାହିଁ l ଏଥିପାଇଁ ସରକାର ଓ ସମାଜ ଗଭୀର ଭାବରେ ଚିନ୍ତାକରି ପଦକ୍ଷେପ ନେବା ଦରକାର ବୋଲି ଡ ସିଂହ କହିଥିଲେ l

ଉଦ୍ଘାଟନୀ ଉତ୍ସବରେ ସଭାପତିତ୍ବ କରିଥିଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ l ଉତ୍ସବରେ ଡିକ୍ଷାନ୍ତ ଭାଷଣ ଦେଇ ଗୋଆ ସ୍ଥିତ ଜାତୀୟ ସାମୁଦ୍ରିକ ପ୍ରତିଷ୍ଠାନ ର ସମୁଦ୍ର ବିଜ୍ଞାନୀ ଡ ପି ଚନ୍ଦ୍ରମୋହନ ଓଡ଼ିଶା ଉପକୂଳ ଭାରତର ସବୁଠୁ ସୁନ୍ଦର ଓ ପ୍ରାକୃତିକ ବିଭବରେ ବିଭବଶାଳୀ l ମାତ୍ର ଜଳବାୟୁ ପରିବର୍ତ୍ତନ ଏଥିପ୍ରତି କ୍ରମଶଃ ବିପଦ ସୃଷ୍ଟି କରୁଛି l ସମନ୍ୱିତ ଓ ଯୋଜନାବଦ୍ଧ ଉପକୂଳ ସୁରକ୍ଷା ପାଇଁ ଅଧିକ ଗବେଷଣା ହେବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ l ଅନ୍ୟତମ ବକ୍ତା ଭାବରେ ଗ୍ରୀନ ପିସ୍ ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୌମ୍ୟ ଦତ୍ତ ଜଳବାୟୁ ପରିବର୍ତ୍ତନ ର ପ୍ରେଖ୍ୟାପଟରେ ଉପକୂଳ ରେ ବସବାସ କରୁଥିବା ଜନତା ଓ ବିଶେଷକରି ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକମାନେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେବେ l ସେଥିପାଇଁ ଏବେଠୁ ସେ ସଜାଗ ରହିବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ l

ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ଶ୍ରୀ ପ୍ରଫୁଲ୍ଲ ସାମନ୍ତରା ଅନ୍ୟତମ ବକ୍ତା ଭାବେ ଯୋଗଦେଇ କହିଲେ ଯେ ସମ୍ପ୍ରତି ଦୁନିଆ ଦୁଇ ପ୍ରକାର ର ଗଭୀର ସମସ୍ୟା ର ସମ୍ମୁଖୀନ ହୋଇଛି l ତାହା ହେଉଛି ଜଳବାୟୁ ପରିବର୍ତ୍ତନ ଓ ମଣିଷ ଭିତରେ ଭୟଙ୍କର ଅସମାନତା l ପୁଞ୍ଜିବାଦୀ ବ୍ୟବସ୍ଥା ହେଉଛି ଏହି ଦୁଇ ସମସ୍ୟାର ଜନକ l

ଏହି ଉଦ୍ଘାଟନୀ ଉତ୍ସବରେ ସ୍ଵାଗତ ଭାଷଣ ଦେଇଥିଲେ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ l ଅନ୍ୟମନଙ୍କ ଭିତରେ ଓଡ଼ିଶା ପରିବେଶ କଂଗ୍ରେସ ର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ ଅରବିନ୍ଦ ବେହେରା, ଡ ବାବୁ ଆମ୍ବlତ, ଡ ଶରତ କୁମାର ପlଲିତl ପ୍ରମୁଖ ବକ୍ତବ୍ୟ ରଖିଥିଲେ l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ଡ ତମୋଘ୍ନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ଅବସରରେ ୬୪ ଜଣ ଗବେଷକ ଙ୍କ ଦ୍ଵାରା ପ୍ରସ୍ତୁତ ପ୍ରବନ୍ଧ ସଙ୍କଳନ କୁ ଉନ୍ମୋଚିତ କରା ଯାଇଥିଲା l ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହିତ ପରିବେଶ ସୁରକ୍ଷା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l

ଅପରାହ୍ନ ରେ ଉପକୂଳ ର ପର୍ଯ୍ୟlବରଣ ଓ ଜୈବ ବିବିଧତା ଓ ଉପକୂଳ ର ପ୍ରାକୃତିକ ସମ୍ପଦ ଓ ଅର୍ଥନୀତି ସମ୍ପର୍କିତ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଏଥିରେ ୧୬ ଜଣ ଗବେଷକ ସେମାନଙ୍କ ପ୍ରବନ୍ଧ ଉପସ୍ଥାପିତ କରିଥିଲେ l ଏହି ଅଧିବେଶନରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ଡ ବିନାୟକ ରଥ, ଫକୀରମୋହନ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରଫେସର ସୂର୍ଯ୍ୟନାରାୟଣ ପାତ୍ର, ଡ ବିଜୟ ସାହୁ, ନାବାର୍ଡ ର ସିଜିଏମ୍ ଶ୍ରୀ ସଞ୍ଜୟ ଯୋଶୀ, ସୋଆ ବିଶ୍ବବିଦ୍ୟାଳୟର ପ୍ରଫେସର ବିଜୟ ସାହୁ, କଲିକତା ସ୍ଥିତ ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ନିର୍ଦେଶକ ଡ ବସନ୍ତ ଦାସ, ଡ ସୁଧାକର କର ପ୍ରମୁଖ ବକ୍ତା ଭାବରେ ଯୋଗ ଦେଇଥିଲେ l

ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ l