BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆଜି ଠାରୁ

FMNEWS.IN 06-01-2025
5th National Chilika Bihang Festival begins today

ଭୁବନେଶ୍ୱର, 6 ଜାନୁଆରି : 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆଜି ଠାରୁ ୧୨ ତାରିଖ ମଧ୍ୟରେ ପାଳିିତ ହେବ ।

ପ୍ରାକୃତିକ ଐତିହ୍ୟ, ଜୈବବିବିଧତାର ସଂରକ୍ଷଣ ନିମନ୍ତେ ଓଡ଼ିଶା ପ୍ରତିବଦ୍ଧ । ଏହି ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଚିଲିକା ହ୍ରଦର ସୌନ୍ଦର୍ଯ୍ୟ, ଜୈବବିବିଧତା, ସୁରକ୍ଷା ଏବଂ ଗୋଷ୍ଠୀ ପରିଚାଳିତ ସଂରକ୍ଷଣର ଗରିମାମୟ ଐତିହ୍ୟକୁ ଅଧିକ ଋଦ୍ଧିମନ୍ତ କରିବା ନିମନ୍ତେ ଏକ ପ୍ରଚେଷ୍ଟା । ଉପମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଜାତୀୟ ଚିଲିକା ବିହଙ୍ଗ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକ ସେବା ଭବନର ସମ୍ମିଳନୀ କକ୍ଷରେ ଯୋଗଦାନ କରିବେ । ଜାନୁଆରୀ ୬ ତାରିଖର ଉଦ୍ଘାଟନୀ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପକ୍ଷୀ ବିଶାରଦ ଡ. ଅସାଦ ରହମାନୀ ଓ ଡ. ସୁରେଶ କୁମାର ଏବଂ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବନ୍ୟପ୍ରାଣୀ ପଟୋଗ୍ରାଫର ଧୃତିମାନ ମୁଖାର୍ଜୀ ମଧ୍ୟ ଯୋଗ ଦେବେ ।

ପ୍ରତ୍ୟେକ ବର୍ଷ ଶୀତଋତୁରେ ଲକ୍ଷାଧିକ ପରିବ୍ରାଜକ ପକ୍ଷୀମାନଙ୍କର ଆଗମନ ଚିଲିକାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଏହି ଉତ୍ସବଟିକୁ ପ୍ରତ୍ୟେକ ବର୍ଷ ପର୍ଯ୍ୟଟନ ବିଭାଗ ଆୟୋଜନ କରିଥାଏ କିନ୍ତୁ ଏବର୍ଷ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରୁଥିବାରୁ ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଆୟୋଜନର ଦାୟିତ୍ୱ ଜଙ୍ଗଲ(ବନ୍ୟପ୍ରାଣୀ)ବିଭାଗକୁ ପ୍ରଦାନ କରାଯାଇଛି । ଏହି ଉତ୍ସବ ନିମନ୍ତେ କୁଇଜ୍, ପୋଷ୍ଟର, ଚିତ୍ରକଳା ପ୍ରତିଯୋଗିତା ଚିଲିକା ଓ ଭୁବନେଶ୍ୱରର ଉଚ୍ଚ ମାଧ୍ୟମିକ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷିତ ହୋଇ ସାରିଛି । ଉଦ୍ଘାଟନୀ ଉତ୍ସବରେ ସେମାନଙ୍କୁ ପୁରସ୍କୃତ କରାଯିବ । ପୂର୍ବରୁ ପଞ୍ଜୀକରଣ କରିଥିବା ୬୦ ଜଣ ଫଟୋଗ୍ରାଫର ୬ରୁ ୮ ତାରିଖ ପର୍ଯ୍ୟନ୍ତ ନଳବଣ ଓ ମଙ୍ଗଳାଯୋଡ଼ିରେ ପକ୍ଷୀମାନଙ୍କୁ ଦେଖି ଫଟୋଗ୍ରାଫି କରିବାର ସୁଯୋଗ ପାଇବେ । ଉତ୍ସବରେ ପକ୍ଷୀ ଚିତ୍ରପ୍ରଦର୍ଶନ, ବିକେ ଆର୍ଟସ୍, କଳିଙ୍ଗ, ଧଉଳି, ଖଲ୍ଲିକୋଟ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତ୍ୟକ୍ଷ ଚିତ୍ରକଳା ଏବଂ ପୋଷ୍ଟର ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଏହି ଉତ୍ସବରେ ଗ୍ରାମବାସୀ, ଓଡ଼ିଶାର ବନ୍ୟପ୍ରାଣୀ ଫଟୋଗ୍ରାଫରଗଣ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେବେ । ଏହା ସହିତ ଜାନୁଆରୀ ୭ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଛଦିନ ଧରି ଦିନ ୧୦.୩୦ରୁ ୧୨.୩୦ ମଧ୍ୟରେ ବନ୍ୟପ୍ରାଣୀ ଡକୁମେଣ୍ଟାରୀ ଚଳଚିତ୍ର, ଫଟୋ ପ୍ରଦର୍ଶନ ଓ ଚିତ୍ରକଳା ପ୍ରଦର୍ଶନୀ ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟଠାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହେବ । ଏହି ଉତ୍ସବ ମଧ୍ୟରେ ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଯଥାକ୍ରମେ ଫରେଷ୍ଟପାର୍କ, ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ଆନନ୍ଦବନଠାରେ ସକାଳ ୭ ଘଟିକାରୁ ୮.୩୦ ପର୍ଯ୍ୟନ୍ତ ପକ୍ଷୀ ନିରୀକ୍ଷଣ ପଦଯାତ୍ରା ଅନୁଷ୍ଠିତ ହେବ । ଏହା ଛଡା ୧୦ ତାରିଖ ରାତିରୁ ୧୧ ତାରିଖ ଯାଏଁ ଓଡ଼ିଶା ବାର୍ଡ କନ୍କ୍ଲେଭ, ଚିଲିକାର ବରକୁଳଠାରେ ଅନୁଷ୍ଠିତ ହେବାକୁ ଯାଉଛି । ସେଠାରେ ମଧ୍ୟ ଓଡ଼ିଶାର ପକ୍ଷୀ ନିରୀକ୍ଷକ ଓ ଗବେଷକମାନେ ଆଲୋଚନା କରିବେ ଓ ନଳବଣ ବୁଲିବା ପାଇଁ ଯିବେ ।