- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଖୋଲା ଆକାଶରେ ସୁର୍ଯ୍ୟାସ୍ତ ପରେ ବିନା ଟେଲିସ୍କୋପରେ ଦେଖନ୍ତୁ......ଶନି,ଶୁକ୍ର,ନେପଚୁନ,ୟୁରେନସ,ବୃହସ୍ପତି ଏବଂ ମଙ୍ଗଳ ଗ୍ରହ
(FMNews):--ଏହି ଦିନ ଖୋଲା ଆକାଶରେ ସୁର୍ଯ୍ୟାସ୍ତ ପରେ ବିନା ଟେଲିସ୍କୋପରେ ଶନି,ଶୁକ୍ର,ନେପଚୁନ,ୟୁରେନସ,ବୃହସ୍ପତି ଏବଂ ମଙ୍ଗଳ ଗ୍ରହ ଦୃଶ୍ୟମାନ ହେବ।ଏଗୁଡିକ ଦେଖିବାକୁ ଆପଣଙ୍କୁ ଦିଗ ଏବଂ ଗ୍ରହମାନଙ୍କର ଆକୃତି /ରଙ୍ଗ ବିଷୟରେ ଟିକେ ଜାଣିବାକୁ ପଡିବ।ତେବେ ଆସନ୍ତୁ ଆଜି ସନ୍ଧ୍ୟାରେ ନିଜର ଘରର ଛାତକୁ ଯାଇ ଏହି ଗ୍ରହମାନଙ୍କୁ ଦେଖିବା।ଜୀୱାଜୀ ପର୍ଯ୍ୟବେକ୍ଷଣ ଦାୟିତ୍ୱରେ ଥିବା ଅଧୀକ୍ଷକ ଡା.ପୀ.ଗୁପ୍ତାଙ୍କ ଅନୁଯାୟୀ ଆପଣଙ୍କ ଘରର ଛାତରୁ ପଶ୍ଚିମ ଦିଗରୁ ପୁର୍ବ ଦିଗ ପର୍ଯ୍ୟନ୍ତ ସୁର୍ଯ୍ୟାସ୍ତ ପରେ କ୍ରମରେ ଶନି,ଶୁକ୍ର ,ନେପଚୁନ,ୟୁରେନସ,ବୃହସ୍ପତି ଏବଂ ମଙ୍ଗଳ ଗ୍ରହକୁ କୌଣସି ଯନ୍ତ୍ରର ସାହାଯ୍ୟ ବିନା ଖୋଲା ଆଖିରେ ଦେଖିପାରିବେ।ଗ୍ରହମାନଙ୍କର ଉଜ୍ଜ୍ୱଳତା ଆପଣଙ୍କୁ ସ୍ପଷ୍ଟ କରିବ ଯେ ଏହି ଗ୍ରହମାନେ ଏକ ସିଧା ଲାଇନରେ ନ ରହି କିଛି ଉତ୍ତର ଏବଂ ଦକ୍ଷିଣ ଆଡକୁ ଅଛନ୍ତି।ଏହି ସ୍ଥିତି ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଆଂଶିକ ଭାବରେ ପରିବର୍ତ୍ତିତ ଅବସ୍ଥାରେ ରହିବ,କିନ୍ତୁ ଗ୍ରହମାନେ ଦୃଶ୍ୟମାନ ହେବେ।ଯଦି ଟେଲିସ୍କୋପ ବ୍ୟବହୃତ,ତେବେ ସ୍ୱଚ୍ଛତା ଅଧିକ ହେବ ଏବଂ ଗ୍ରହମାନଙ୍କର ରଙ୍ଗ ମଧ୍ୟ ଆକର୍ଷଣୀୟ ଦେଖାଯିବ।