- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଖୋଲା ଆକାଶରେ ସୁର୍ଯ୍ୟାସ୍ତ ପରେ ବିନା ଟେଲିସ୍କୋପରେ ଦେଖନ୍ତୁ......ଶନି,ଶୁକ୍ର,ନେପଚୁନ,ୟୁରେନସ,ବୃହସ୍ପତି ଏବଂ ମଙ୍ଗଳ ଗ୍ରହ
(FMNews):--ଏହି ଦିନ ଖୋଲା ଆକାଶରେ ସୁର୍ଯ୍ୟାସ୍ତ ପରେ ବିନା ଟେଲିସ୍କୋପରେ ଶନି,ଶୁକ୍ର,ନେପଚୁନ,ୟୁରେନସ,ବୃହସ୍ପତି ଏବଂ ମଙ୍ଗଳ ଗ୍ରହ ଦୃଶ୍ୟମାନ ହେବ।ଏଗୁଡିକ ଦେଖିବାକୁ ଆପଣଙ୍କୁ ଦିଗ ଏବଂ ଗ୍ରହମାନଙ୍କର ଆକୃତି /ରଙ୍ଗ ବିଷୟରେ ଟିକେ ଜାଣିବାକୁ ପଡିବ।ତେବେ ଆସନ୍ତୁ ଆଜି ସନ୍ଧ୍ୟାରେ ନିଜର ଘରର ଛାତକୁ ଯାଇ ଏହି ଗ୍ରହମାନଙ୍କୁ ଦେଖିବା।ଜୀୱାଜୀ ପର୍ଯ୍ୟବେକ୍ଷଣ ଦାୟିତ୍ୱରେ ଥିବା ଅଧୀକ୍ଷକ ଡା.ପୀ.ଗୁପ୍ତାଙ୍କ ଅନୁଯାୟୀ ଆପଣଙ୍କ ଘରର ଛାତରୁ ପଶ୍ଚିମ ଦିଗରୁ ପୁର୍ବ ଦିଗ ପର୍ଯ୍ୟନ୍ତ ସୁର୍ଯ୍ୟାସ୍ତ ପରେ କ୍ରମରେ ଶନି,ଶୁକ୍ର ,ନେପଚୁନ,ୟୁରେନସ,ବୃହସ୍ପତି ଏବଂ ମଙ୍ଗଳ ଗ୍ରହକୁ କୌଣସି ଯନ୍ତ୍ରର ସାହାଯ୍ୟ ବିନା ଖୋଲା ଆଖିରେ ଦେଖିପାରିବେ।ଗ୍ରହମାନଙ୍କର ଉଜ୍ଜ୍ୱଳତା ଆପଣଙ୍କୁ ସ୍ପଷ୍ଟ କରିବ ଯେ ଏହି ଗ୍ରହମାନେ ଏକ ସିଧା ଲାଇନରେ ନ ରହି କିଛି ଉତ୍ତର ଏବଂ ଦକ୍ଷିଣ ଆଡକୁ ଅଛନ୍ତି।ଏହି ସ୍ଥିତି ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଆଂଶିକ ଭାବରେ ପରିବର୍ତ୍ତିତ ଅବସ୍ଥାରେ ରହିବ,କିନ୍ତୁ ଗ୍ରହମାନେ ଦୃଶ୍ୟମାନ ହେବେ।ଯଦି ଟେଲିସ୍କୋପ ବ୍ୟବହୃତ,ତେବେ ସ୍ୱଚ୍ଛତା ଅଧିକ ହେବ ଏବଂ ଗ୍ରହମାନଙ୍କର ରଙ୍ଗ ମଧ୍ୟ ଆକର୍ଷଣୀୟ ଦେଖାଯିବ।